ଖୋର୍ଦ୍ଧା,(୧୦/୦୬):- ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ରାଜ୍ୟ ସଂଘର ଯୁଗ୍ମ ସାଧାରଣ ସଂପାଦକ ଅଗାଧୁ ସେଠୀ ଙ୍କ ନେତୃତ୍ୱ ରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ମୋନାଲିସା ନାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଅଛି ।

ସଂଘ ତରଫରୁ ନୂତନ ଭାବେ ଯୋଗ ଦେଇଥିବା ଅଧିକାରିଣୀ ଙ୍କ ସହିତ ଆଲୋଚନା କରଯାଇଥିଵା ବେଳେ ମାସିକ ବେତନ ପ୍ରତ୍ୟେକ ମାସ କାର୍ଯ୍ୟ ଦିବସରେ ଶିକ୍ଷକ ମାନଙ୍କୁ ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବା ବେଳେ ନୂତନ ବିଇଓ ଏ ଦିଗରେ ସମସ୍ତ ପଦକ୍ଷେପ ନେଇ ବ୍ଲକ ରେ ଏକାଡେମୀକ୍ ଆଚିଭମେଣ୍ଟ ପାଇଁ ଉପସ୍ଥିତ ଶିକ୍ଷକ ଙ୍କର ସହଯୋଗ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଅଜୟ କୁମାର ରାଉତରାୟ , ବ୍ଲକ ସଭାପତି ସ୍ଵପ୍ନେଶ୍ୱର୍ ପ୍ରଧାନ ସମ୍ପାଦକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
