ନୟାଗଡ଼ , ୨୫/୪ : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପରିସରରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ-୨୦୨୬ ମହକ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ସ୍ୱତନ୍ତ୍ର ନିମନ୍ତିତ୍ର ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ମୁଖ୍ୟବକ୍ତା ଭାବେ ଭୋପାଳସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଓ ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲାତା ବେହେରା , ଓଡିଶା ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହକାରୀ ନିର୍ଦେଶକା ଡ଼. ସ୍ନେହଲତା ମହାପାତ୍ର ,ସ୍ଥାନୀୟ ସମିତି ସଭ୍ୟ ତପନ କୁମାର ପ୍ରଧାନ ଓ ସରପଞ୍ଚ ଚିତ୍ତରଞ୍ଜନ ପ୍ରାଧାନ ପ୍ରମୁଖ ଯୋଗଦେଇ ଥିଲେ ।
ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ । ବାଙ୍କୋଇ ଦେଶ ପାଞ୍ଚଗଡ଼ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ଦାସ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଷ୍ଠାନର ଶିକ୍ଷକ ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାନର ଗୁରୁ ଛାତ୍ରୀମାନେ ଓ ବନ୍ଦେ ଉତ୍କଳ ଜନନୀ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ । ଜିଲ୍ଲା ପ୍ରତିଷ୍ଠାନର ବାର୍ଷିକ ବିବରଣୀ ପ୍ରତାପ ସାର ପଠନ କରିଥିଲେ ।

ଏହି ଅବସରରେ ଅତିଥିମାନେ ପ୍ରଥମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏବଂ ପୁସ୍ତକ ଚରେଇ ବେତି ” ସୁରଭି ‘ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚନ ହୋଇ ଥିଲା । ଏହି ଅବସରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।ପରିଶେଷରେ ମାନସ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
