ମେଡିକାଲ ରୋଡ ସଂଲଗ୍ନ ସୁଲଭ ଶୌଚାଳୟ ଠାରେ ନର୍ଦମା ପାଣିରେ ଭାସୁଛି ରାସ୍ତା
ବିଡିଏ ମୁନିସିପାଲିଟି କଲ୍ୟାଣୀ ମଣ୍ଡପ ଠାରେ ସମାନ ସ୍ଥିତି : ଭୁଶୁଡିବ ପାଚେରୀ ଓ ଲୋକଙ୍କ ମୃତାହତ ଆଶଙ୍କା
ବାଟମଙ୍ଗଳା ଠାରୁ ସାମନ୍ତରାପୁର ଜାତୀୟ ରାଜପଥ ର ସର୍ଭିସ ରୋଡ ଡ୍ରେନ ନଥିବା ଯୋଗୁ ସେଠାରେ ଲହଡି ଭାଙ୍ଗୁଛି ନର୍ଦମା ପାଣି ଦୈନିକ ଦୁର୍ଘଟଣା ର ସନମୁଖୀନ ବାଟୋଇ ଓ ବାସିନ୍ଦା
ଖୋରଧା -୧୩/୪- ବ୍ୟବସ୍ଥାପକ ଭାବରେ ଖୋରଧା ସହର ମଧ୍ୟ ରେ ଖୋରଧା ପୌର ପରିଷଦ ପକ୍ଷରୁ ଡ୍ରେନ୍ ଗୁଡିକ ନିର୍ମାଣ କରାଯାଇ ନଥିବାରୁ ଜଳ ନିଷ୍କାସନ ହୋଇନପାରି ଏହା ଏକ ଉତ୍କଟ ରୂପ ଧାରଣ କରିଛି l ଖୋରଧା ପୌରପରିଷଦ ର ୨୨ ଗୋଟି ୱାର୍ଡ ମଧ୍ଯ ରୁ ଅନେକ ୱାର୍ଡ ରେ ନିୟମିତ ଭାବରେ ଡ୍ରେନ ଗୁଡିକ ସଫା କରାଯାଉ ନାହିଁ l ଫଳରେ ଜଳ ନିଷ୍କାସନ ହୋଇନପାରି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି l ପୌରାଞ୍ଚଳ ମଧ୍ୟ ରେ ବାସକରୁଥିବା ଅନେକ ଅଧିବାସୀ ନିଜ ନିଜ ର ଆବର୍ଜନା ପାଣି ଗୁଡିକ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ଗୁଡିକ ରେ ଅତି ଚତୁରତାର ସହିତ ସଂଯୋଗ କରିଦେଇଥିବା ରୁ ସେହି ଆବର୍ଜନା ପାଣି ଡ୍ରେନ ଦେଇ ନିଷ୍କାସନ ହୋଇ ନପାରି ରାସ୍ତା ଉପର ଦେଇ ପ୍ରବାହିତ ହେବା ଫଳରେ ଏକ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l

ପୌର ପରିଷଦ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଡ୍ରେନ୍ ନିର୍ମାଣ ଦାୟିତ୍ୱ ଠିକାଦାର ମାନଙ୍କୁ ପ୍ରଦାନ କରି ନିଜ ର ଦାୟିତ୍ବ ସାରି ଦେଇଥିବା ବେଳେ ଡ୍ରେନ ର ସ୍ଥାୟୀତ୍ୱ ଏବଂ ଜଳ ନିଷ୍କାସନ କିପରି ହେବ ସେଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ l ଫଳରେ ଖୋରଧା ସହରବାସି ଏକ ଭୟଙ୍କର ପରିସ୍ଥିତି ର ସମ୍ମୁଖୀନ ହେବାକୁ ଯାଉଛନ୍ତି l ବର୍ଷାଋତୁ ଖୁବ କମ ଦିନ ମଧ୍ୟରେ ଆସିବାକୁ ବାକି ଥିବା ବେଳେ ଏବେଠାରୁ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରାନଗଲେ ଡ୍ରେନ ପାଣି ଗୁଡିକ ନିଷ୍କାସନ ହୋଇନପାରି ଘର ଗୁଡିକ ଭିତରେ ପଶି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ l
ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସlଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ୍ରେନ ଉପରେ କ୍ୟାବିନ ଗୁଡିକ ଆବଦ୍ଧ କରି ରହିଥିବାରୁ ଡ୍ରେନ ଭିତର ଦେଇ ପ୍ରବାହିତ ହେଉଥିବା ଜଳ ସଠିକ ଭାବରେ ନିଷ୍କାସନ ହୋଇନପାରି ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯାଳୟ ସମ୍ମୁଖ ଗେଟ ନିକଟରେ ଲହଡି ମାରୁଛି, ଫଳରେ ଦୈନିକ ଶହ ଶହ ସଂଖ୍ୟାରେ ଲୋକ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯିବା ଆସିବା କରିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସେଠାରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ଅନୁରୂପ ଭାବେ ଆଜି ସୁଲଭ ଶୌଚାଳୟ ଆଗରେ ମଧ୍ୟ ଡ୍ରେନ ରୁ ଦୁର୍ଗନ୍ଧମୟ ଜଳ ନିଷ୍କାସିତ ହୋଇ ମେଡିକାଲ ରୋଡ ରେ ପାସ କରୁଛି। ଏମିତିକି ମୁନିସିପାଲିଟି କଲ୍ୟାଣୀ ମଣ୍ଡପ ଉତ୍ତରାୟଣୀ ମନ୍ଦିର ପାର୍ଶ୍ୱ ରେ ସମାନ ପରିସ୍ଥିତି। ଲୋକ ବହୁ ଅସୁବିଧା ର ସନମୁଖୀନ ହେଉଛନ୍ତି ଆଉ ଅଳ୍ପ ଦିନ ପରେ କଲ୍ୟାଣୀ ମଣ୍ଡପ ପାଚେରୀ ଶୋଇ ଲୋକ ମୃତାହତ ହେବାର ଆଶଙ୍କା ଉପୁଜିବ। ସେହିପରି ବାଟମଙ୍ଗଳା ଠାରୁ ସାମନ୍ତରାପୁର ଜାତୀୟ ରାଜପଥ ର ସର୍ଭିସ ରୋଡ ଡ୍ରେନ ନଥିବା ଯୋଗୁ ରେ ଲହଡି ଭାଙ୍ଗୁଛି ନର୍ଦମା ପାଣି ଦୈନିକ ଦୁର୍ଘଟଣା ର ସନମୁଖୀନ ଲୋକେ।ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଖୋରଧା ପୌର କର୍ତ୍ତୃପକ୍ଷ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ କୌଣସି ନିଘା ନାହିଁ l ଫଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଏହି ସମସ୍ୟା ଗୁଡିକର ସମାଧାନ ପାଈଁ ବିଭାଗୀୟ କର୍ତ୍ତ୍ତୃପକ୍ଷ ଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା
Subha Khabar is now on Whatsapp
Join and get latest news update delivered to you via whatsapp
Join Now
