ଖୋର୍ଦ୍ଧା, (01/04):- ବେଗୁନିଆ ବ୍ଲକ ପୋଡାଡିହ ଗ୍ରାମ ପଂଚାୟତ ଅଧିନସ୍ଥ ତଳଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ଦିବସ ପାଳିତ ହୋଇ ଯାଇଛି l

ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜଗଦେବ ଙ୍କ ଅଧକ୍ଷତାରେ ବରିଷ୍ଠ ଶିକ୍ଷକ ଅଖିଳେଶ ମହାପାତ୍ର ଶିକ୍ଷୟିତ୍ରୀ ଜଲ୍ଲୀ ସ୍ୱାଇଁ, ସାଗରିକା ମାଝୀ ଉପସ୍ଥିତ ରହି ଉତ୍କଳର ମହିମାମଣ୍ଡିତ ଗୌରବ ସମ୍ବନ୍ଧରେ ଆଲୋକପାତ କରିଥିଲେ l

ପ୍ରାୟ 13 ଜଣ ଛାତ୍ରଛାତ୍ରୀ ଓଡିଶା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଆମ ସଂସ୍କୃତି, କଳା, ସାହିତ୍ୟ ସାରା ବିଶ୍ୱରେ ଅନନ୍ୟ ଓ ଆମେ ଜଗନ୍ନାଥ ଦେଶରେ ଜନ୍ମ ଯୋଗୁ ଭାଗ୍ୟବାନ ବୋଲି ଶିକ୍ଷକ ଅଖିଳେଶ ମହାପାତ୍ର କହିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
