ଖୋରଧା,(୧/୩):- ଖୋରଧା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲା ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ ଓଡ଼ିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ, ବିଦ୍ୟାଳୟ ଶିକ୍ଷା ୨୦୨୫ ଅନୁଯାୟୀ “ପ୍ରବୋଧନ” ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଖୋରଧା ଗୋଷ୍ଠି ଶିକ୍ଷାଅଧିକାରୀ ଯାଜ୍ଞସେନୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଗୋଷ୍ଠୀସାଧନ କେନ୍ଦ୍ର ସଂଯୋଜିକା ସଂଧ୍ୟାବତୀ ଲେଙ୍କା ସହକାରୀ ମଣ୍ଡଳ ଶିକ୍ଷାଧୂକାରୀ ଭରତ ଚନ୍ଦ୍ର ପ୍ରଧାନଙ୍କ ସଂଯୋଜନା ରେ ସମ୍ବଳ ଶିକ୍ଷକ ଭାବେ ଭୀମସେନ ପରିଡ଼ା, ଡ଼. ମମିତା ସାହୁ ଓ ରେବତୀ ପଣ୍ଡା ପାଞ୍ଚ ଦିନ ଧରି ଅତି ତାଲିମ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବିରରେ ଯୋଗ ଦେଇ ଏହି ପ୍ରଶିକ୍ଷଣର ଉପସ୍ଥିତ ଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବାସହ ଆଗାମୀ ଶିକ୍ଷାବର୍ଷରେ ବିଦ୍ୟାଳୟ ସ୍ତରରେ ମୂଲ୍ୟବୋଧ ତଥା ନୈତିକ ଶିକ୍ଷାର ଗୁରୁତ୍ବକୁ ପ୍ରତିପାଦନ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।
ନୂତନ ପାଠ୍ୟକ୍ରମ ରୂପରେଖ ଭାରତୀୟ ଜ୍ଞାନ ପରମ୍ପରା, ଭାବଧାରା, ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ଗୁରୁକୂଳ ବୈଶିଷ୍ଟ୍ୟ, ନୂତନ ଦକ୍ଷତାଭିଭିକ ଶିକ୍ଷଣ, ପଞ୍ଚକୋଷ ଭିତ୍ତିକ ସମଗ୍ର ବିକାଶ,ପଞ୍ଚପଦୀ ଶିକ୍ଷଣ ଇତ୍ୟାଦି ଉପରେ ପର୍ଯ୍ୟବେସିତ । ଏହା ଶିକ୍ଷାର୍ଥୀଙ୍କୁ ଭବିଷ୍ୟତରେ ଜଣେ ଉତ୍ତମ ମଣିଷ ରୂପେ ଗଢ଼ିତୋଳିବାରେ ସାହାଯ୍ୟ କରିବ ।
ଗତ ତା ୩୦.୧.୨୦୨୬ ରିଖରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖୋରଧାଠାରେ ୩ଟି ପର୍ଯ୍ୟାୟ ରେ ୧୫ ଦିନ ଧରି ଏବଂ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲାଠାରେ ୨ଟି ପର୍ଯ୍ୟାୟରେ ୧୦ ଦିନ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଖୋରଧା ର ୫ଟି ମଣ୍ଡଳ ରୁ ପ୍ରାୟ ୫୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲାଏହି ପ୍ରଶିକ୍ଷଣରୁ ଗ୍ରହଣ କରିଥିବା ସମସ୍ତ ପାଠ୍ୟକ୍ରମକୁ ବିଦ୍ୟାଳୟ ସ୍ତରରେ ଶତ ପ୍ରତିଶତ କାର୍ଯ୍ୟକାରୀ
କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀ ନିଜର ମତପୋଷଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
