ଓଡିଶା ଦିବସ କୁ ନିଆରା ଢଙ୍ଗ ରେ ପାଳିଲେ ସାମ୍ବାଦିକ

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କୁ ଫଳ ବଣ୍ଟନ କଲା     

  ଓ ୟୁ ଡବ୍ଲୁ ଜେ

Advertisement

ଜ଼ିଲ୍ଲା ପ୍ରେସ କ୍ଲବ ରେ ରକ୍ତଦାନ ଶିବିର ସଙ୍ଘ ଦ୍ଵାରା ଆୟୋଜିତ

ରାସ୍ତା ରେ ଚାଲି, ଚାଲି ଯାଉଥିବା ସୁନ୍ଦରଗଡ ର ଦୁଇ ଯୁବକ ବୋର୍ଡ଼ ଦେଖି କଲେ ରକ୍ତଦାନ ଓ ଯୋଗାଇଲେ ପ୍ରେରଣା


ଖୋରଧା-: ୧/୪- ଓଡ଼ିଶା ଦିବସ ଉପଲକ୍ଷେ ସମ୍ମିଳିତ କର୍ମଜୀବୀ ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ ଙ୍କ ନେତୃତ୍ୱ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ସାମ୍ୱାଦିକ ଭବନ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ର ଅୟୋଜନ କରଯାଇଥିଲା l

ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଖୋରଧା ର ପୁର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ,ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ, କଂଗ୍ରେସ ନେତ୍ରୀ ସୋନାଲି ସାହୁ, କର୍ନେଲ ଅରୁଣ ରାଉତରାୟ, ରାଜ୍ୟ ସମବାୟ ପ୍ରକୋଷ୍ଠ ର ଶ୍ରୀରଞ୍ଜନ ମଙ୍ଗରାଜ,ଖୋରଧା ଜିଲ୍ଲା ଓକିଲ ସଂଘ ର ନବ ନିର୍ବାଚିତ ସଭାପତି ଲୋତକ ବିନ୍ଦୁ ପଟ୍ଟନାୟକ,ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ,ଗୀତା ଗବେଷଣା କେନ୍ଦ୍ର ସଭାପତି ଶକ୍ତି ଶଙ୍କର ମିଶ୍ର,କାଉନସେଲର ଅମୀୟ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ୟାମ ପ୍ରସନ୍ନ ମିତ୍ର ଓ ମେଡିକାଲ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ରକ୍ତ ଦାନ ଶିବିର ରେ ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ରକ୍ତଦାନ ଶିବିର ରେ ଓଡିଶା ରକ୍ତ କେନ୍ଦ୍ର, ଖୋର୍ଦ୍ଧା ଦ୍ଵାରା ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ ଶିବିର ଚାଲିଥିବା ସମୟ ରେ ସେହିବାଟ ଦେଇ ରାସ୍ତା ରେ ଚାଲି, ଚାଲି ଯାଉଥିବା ସୁଦୂର ସୁନ୍ଦରଗଡ଼ ଜିଲ୍ଲା ର ଦୁଇଜଣ ଯୁବକ ରକ୍ତଦାନ ଶିବିର ର ବ୍ୟାନର କୁ ଦେଖି ରକ୍ତ ଦାନ ଏକ ମହତ ଦାନ ର ଉଦ୍ଦେଶ୍ୟ କୁ ଉପଲବ୍ଧି କରିପାରି ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରି ଥିଲେ l ସେହି ଦୁଇ ଜଣ ବ୍ୟକ୍ତି ହେଲେ ବିକାଶ ତିର୍କୀ ଓ ସୁନିଲ ମିଞ୍ଜ l ଯାହାକି ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇଥିଲା l

ଏହି ରକ୍ତ ଦାନ ଶିବିର କୁ ସ୍ଵେଚ୍ଛାସେବି ଏବଂ ଜଣେ ସଫଳ ସଂଗଠକ ଶୁଭକାନ୍ତ ମହାପାତ୍ର ସୁଚାରୁ ଭାବରେ ପରିଚାଳନା କରିଥିଲେ l ଅତିଥି ମାନେ ସଂଘ ର ଏଭଳି ମହତ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନ ରେ ସଂଘ ପକ୍ଷରୁ କରାଯିବାକୁ ଥିବା ଏହିପରି ଜନହିତକର କାର୍ଯ୍ୟକ୍ରମ ଗୁଡିକ ରେ ନିଜ କୁ ସାମିଲ କରିବେ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସଂଘ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *