ଏକତା ହିଁ ଶକ୍ତି : ୨୩ ଦିନ ପରେ ଆନ୍ଦୋଳନ ରୁ ଓହରିଲା ରାଜ୍ୟ ଠିକାଦାର ମହାସଂଘ ମିଳିତ ମଞ୍ଚ

ଆଠ ଟି ଯାକ ଦାବିକୁ ସମାଧାନ ସହ ମନ୍ତ୍ରୀଙ୍କ ଲିଖୁତ ପ୍ରତିଶୃତିପରେ ହଟିଲା ଆନ୍ଦୋଳନ

ସରକାର ଙ୍କ ନିର୍ଦ୍ଧାରିତ ରେଟ ରେ ଟେଣ୍ଡର ଡ୍ରପ କରିବାକୁ ଆହ୍ୱାନ

ଭୁବନେଶ୍ୱର,(୧୪/୦୩) :- ଓଡିଶା ଠିକାଦାର ମହାସଂଘ ମିଳିତ ମଞ୍ଚର ଏକ ପ୍ରେସ୍ ମିଟ ଲୋୟର ପି ଏମ ଜି  ଧାରଣା ସ୍ଥଳ ଠାରେ ଆୟୋଜନ ହୋଇଯାଇଛି | ଦୀର୍ଘ ୨୩ ଦିନ ଧରି ଠିକାଦାରମାନେ ରାଜରାସ୍ତା ରେ ଯେଉଁ ଆନ୍ଦୋଳନ ଚାଲିଥିଲା ଆଜି ତାର ସମାପ୍ତି ଘଟିଛି |

Advertisement



ଠିକାଦାର ମାନଙ୍କର ଆଠ ଦଫା ଦାବି କୁ ମାନ୍ୟବର ପୂର୍ଭ ମନ୍ତ୍ରୀ ସବିଶେଷ ଆଲୋଚନା କରି ଆଠ ଟି ଯାକ ଦାବିକୁ ସୂଚାରରୂପେ ସମାଧାନ କରି ଗତକାଲି ଲିଖୁତ ପ୍ରତିଶୃତି ମାଧ୍ୟମରେ ଜଣାଇଥିଲେ | ଠିକାଦାରମାନଙ୍କ ଆଠ ଦଫା ଦାବିକୁ ଛାଡି ମାନ୍ୟବର ମନ୍ତ୍ରୀ ଆହୁରି ଅନେକ ଗୁଡିଏ ଉତ୍ତମ ବ୍ୟବସ୍ତା ଠିକାଦାରମାଙ୍କ ପାଇଁ କରିଛନ୍ତି ଯଥା – କଣ୍ଟ୍ରାକଟର ମାନଙ୍କର ଲାଭ Estimate ରେ ୧୦% କୁ ବୃଦ୍ଧି, Joint Venture ଓ Sublet ର ବ୍ୟବସ୍ତା କୁ ସ୍ବୀକୃତି ଦେଇଛନ୍ତି, ପ୍ରତି ବର୍ଷ ଏପ୍ରିଲ ମାସ ରେ SOR ର ରିଭିଜନ ପାଇଁ ବ୍ୟବସ୍ତା କରିଛନ୍ତି |



ଠିକାଦାର ସଂଘ ଏଥି ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି |ଏକାମ୍ର ବିଧାୟକ  ବାବୁ ସିଂ  ଏବଂ ବିଜେପି ର ବରିଷ୍ଠ ନେତା  ଜଗନ୍ନାଥ ପ୍ରଧାନ ଠିକାଦାର ମାନଙ୍କ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଓ ଆଲୋଚନା କରିଥିବାରୁ ଠିକାଦାର ସଂଘ ସେମାନେ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି |



ଓଡିଶାର ୩୦ଟି ଜିଲ୍ଲାରୁ ଆସିଥୁବା ଠିକାଦାର ମାନଙ୍କୁ ତାଙ୍କର ଧର୍ଯ୍ୟ ଓ ସଂଘ ସହ ଯୋଡି ହୋଇ ରହିଥ‌ିବାରୁ ମହାସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତେ ସରକାର ଙ୍କ ନିର୍ଦ୍ଧାରିତ ରେଟ ରେ ଟେଣ୍ଡର ଡ୍ରପ କରିବାକୁ ଆହ୍ୱାନ ଦେଇଛନ୍ତି।



ଏହି କାର୍ଯ୍ୟକ୍ରମ କୁ ସଭାପତି ଅନିଲ କୁମାର ମହାଲିକ, ସାମ୍ପଦକ  ଦିଲ୍ଲୀପ କୁମାର ଜେନା, AOCA ଅଧ୍ଯକ୍ଷ, ପ୍ରଭାତ ଦାସ, ବୈଦ୍ୟୁତିକ ସଂଘ ସଭାପତି, ଆଶିଷ କୁମାର ସୋମ, ସମ୍ପାଦକ, ଭଗବାନ ବିଶ୍ୱାଳ ଓ ଚନ୍ଦନ ଶତପଥି ପରିଚାଳନା କରିଥିଲେ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *