ଖୋରଧା,(୧୫/୩): – ଖୋରଧା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ରୋଷେଇ ଗ୍ୟାସ କୁ ନେଇ ସଙ୍କଟ ଜନକ ସ୍ଥିତି ସୃଷ୍ଚି ହୋଇଛି l ପଶ୍ଚିମ ଏସିଆ ରେ ଚାଲିଥିବା ଯୁଦ୍ଧ ଓ ଆନ୍ତର୍ଜାତୀୟ ବଜାର ରେ ଅସ୍ଥିରତା ଯୋଗୁଁ ଯୋଗାଣ ବାଧା ପ୍ରାପ୍ତ ହେବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗ୍ୟାସ ବିତରଣ କେନ୍ଦ୍ର ସାମ୍ନା ରେ ବହୁ ସଂଖ୍ୟାରେ ଗ୍ରାହକ ରାତି ଅଧରୁ ନିଜର ଗ୍ୟାସ ସିଲିଣ୍ଡର ଧରି ଲମ୍ବା ଲାଇନ ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଗତ ୨୦ ରୁ ୨୫ ଦିନ ହେବ ବୁକିଂ ହୋଇଥଲେ ମଧ୍ଯ ହୋମ ଡେଲିଭରୀ ମିଳୁ ନାହିଁ, ଯାହାଫଳରେ ଲୋକେ ବାଧ୍ୟ ହୋଇ ନିଜେ ସିଲଣ୍ଡର ନେବାକୁ ଗ୍ୟାସ ବିତରଣ କେନ୍ଦ୍ରରେ ଭିଡ ଜମାଉଛନ୍ତି l ଯୁଦ୍ଧ ପ୍ରଭାବ ଯୋଗୁଁ ବିଶ୍ୱସ୍ତରରେ ଗ୍ୟାସ ର ଅଭାବ ଓ ଦର ବୃଦ୍ଧି ହୋଇଛି l ଗତ ୭ମାର୍ଚ୍ଚ ରୁ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇବା ପରେ ଏହାର ଦାମ ୯୩୯ ଟଙ୍କା ରେ ପହଞ୍ଚିଛି l ହୋର୍ଡିଂ ରୋକିବା ପାଇଁ ଵୁକିଂ ମଧ୍ଯ ରେ ୨୫ ଦିନ ର ବ୍ୟବଧାନ ରଖିବାକୁ ନିୟମ କରଯାଇଛି ଯାହା ଗ୍ରାହକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

ସରକାର ଓ ତୈଳ କମ୍ପାନୀ ଗୁଡିକ ଗ୍ୟାସ ଯୋଗାଣ ସ୍ୱାଭାବିକ କରିବାକୁ ଆଶ୍ୱାସନା ଦେଉଥିଲେ ମଧ୍ୟ, ଗ୍ରାଉଣ୍ଡ ଜିରୋ ରେ ପରିସ୍ଥିତି ଏବେ ବି ଜଟିଳ ରହିଛି ଏବଂ ଲୋକେ କଳାବଜାରୀ ର ଭୟ ରେ ଆତଙ୍କିତ ହୋଇପଡିଛନ୍ତି l ୧୦୦୦ ଟଙ୍କା ମଧ୍ୟ ରେ ମିଳୁଥିବା ଗ୍ୟାସ ସିଲିଣ୍ଡର ଏବେ ଚୋରାରେ ୧୮ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଖୋରଧା ଅଞ୍ଚଳ ରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

ଏବେ ବଜାର ରେ ଗ୍ୟାସ ମିଳୁନଥିବା ବେଳେ, ଜାଳେଣି ଅଭାବ ଯୋଗୁଁ ରୋଷେଇ ବାଧାପ୍ରାପ୍ତ ହେଉଛି l ଗ୍ୟାସ ସିଲିଣ୍ଡର ଅଭାବ ରୁ ଲୋକେ ଏବେ ବୈଦ୍ୟୁତିକ ଇଣ୍ଡକ୍ସନ ଚୁଲା ମୁହାଁ ହେଲେଣି l ପୁର୍ବରୁ ଇଣ୍ଡକ୍ସନ ଚୁଲା ର ଚାହିଦା ସେତେଟା ନଥିବା ବେଳେ ଏବେ ଏହାର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଛି l ଗ୍ୟାସ କଳାବଜାର ରୋକିବା ପାଇଁ ଖୋରଧା ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
