ଖୋରଧା -୧୧/୩- ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଉଇଲକିସନ ନଗର ଗ୍ରାମର ମନୋରଂଜନ ପ୍ରଧାନ ଙ୍କ ଘର ଝରକା ଭାଙ୍ଗି ବିଳମ୍ବିତ ରାତ୍ରିରେ ୫୦ ଗ୍ରାମ ର ସୁନା ଅଳଙ୍କାର ସମେତ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ l ମନୋରଞ୍ଜନ ଙ୍କ ପରିବାର ର ସମସ୍ତ ସଦସ୍ୟ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଏହାର ସୁଯୋଗ ନେଇ ସମସ୍ତ ଜିନଷପତ୍ର ଲୁଟି ନେଇଛନ୍ତି l ସକାଳୁ ଏ ସମସ୍ତ ଘଟଣା ବିଷୟ ରେ ମନୋରଂଜନ ଙ୍କ ବାପା ଜାଣିବାକୁ ପାଇବା ପରେ ଘର ର ସଦସ୍ୟ ମାନଙ୍କୁ ଜଣାଇଥିଲେ l ଘର ର ଅଳ୍ପ ଦୂରରେ ସୁନା ଅଳଙ୍କାର ଥିବା ଖାଲି ଡବା ଏବଂ ବାକ୍ସ ପଡ଼ିଥିବା ଦେଖିବାକୁ ମିଳିଥିଲା l ପରେ ଏ ସମ୍ପର୍କ ରେ ମନୋରଂଜନ ଖୋରଧା ଶିଳ୍ପାଞ୍ଚଳ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ସନ୍ଦେହ ରେ ସେହି ଗ୍ରାମ ର ଜଣେ ବ୍ୟକ୍ତି ଅଟକ ରଖିଥିଲା l ଘଟଣା ସ୍ଥଳ ରେ ସାଇଣ୍ଟିଫିକ୍ ଟିମ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚି ଘଟଣା ସମ୍ପର୍କ ରେ ଛାନ ଭିନ କରିବା ପରେ ଏବଂ ତଦନ୍ତ ଆଧାର ରେ ଆଉ ଜଣେ ବ୍ୟକ୍ତି କୁ ଅଟକ ରଖିଛି l କିନ୍ତୁ ଏ ପର୍ଯ୍ୟନ୍ତ ଚୋରି ହୋଇଥିବା ସୁନା ଗହଣା ଏବଂ ଟଙ୍କା ପୁଲିସ ଉଦ୍ଧାର କରି ପାରି ନାହିଁ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
