ଦୀର୍ଘ ୩୮ ବର୍ଷ ଧରିକାର୍ଯ୍ୟ କରି ମଧ୍ୟ ସ୍ଥାୟୀ ହୋଇପାରିନାହାଁନ୍ତି ନବକିଶୋର

ଖୋରଧା–୧୧/୩– ନଗର ଉନ୍ନୟନ ବିଭାଗ ଅଧିନ ରେ କାର୍ଯ୍ୟରତ ନବକିଶୋର  ମୁଦୁଲି ନ ୧୦.୮.୧୯୮୮ ମସିହାରୁ ସେମିସ୍କିଲ୍ସ
ଖଲାସି ଭାବରେ ପି.ଏଚ କନଷ୍ଟ୍ରକସନ ଡିଭିଜନ ସତ୍ୟନଗର, ଭୁବନେଶ୍ୱର କାର୍ଯ୍ୟାଳୟରେ କାର୍ଯ୍ୟ କରି ଏବେ ପି.ଏଚ.ଡିଭିଜନ ସହିଦନଗର କାର୍ଯ୍ୟାଳୟରେ କାର୍ଯ୍ୟରତ । ଦୁଃଖ ଓ ପରିତାପର ବିଷୟ ନିଜ ବିଭାଗର ସମସ୍ତ ଉପରିସ୍ଥ ଅଧିକାରୀ ମାନଙ୍କୁ ତାଙ୍କୁ ୱାର୍କଚାର୍ଜ ପଦରେ ନିଯୁକ୍ତି
କରିବା ପାଇଁ ନେହୁରା ହୋଇଥିଲେ ମଧ୍ୟ ତାହା ଅଦ୍ୟାବଧୂ ଫଳପ୍ରଦ ହୋଇପାରିନାହିଁ । ନବ କିଶୋର ଙ୍କୁ  ୱାର୍କଚାର୍ଜ କରାଇ ନଦେବା ପଛରେ ବିଭାଗୀୟ କେତେକ  ଅସାଧୁ କର୍ମଚାରୀ ଚକ୍ରାନ୍ତ କରିଛନ୍ତି । ଫଳରେ ତାଙ୍କ ଫାଇଲକୁ ହେରଫେର କରିବା ସହିତ ତାଙ୍କର ଚାକିର କାଳର କାଗଜ ପତ୍ର ୧୯୮୮ ରୁ ୧୯୯୬ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନାହିଁ  ବୋଲି ସ୍ୱୀକାର କରିଛନ୍ତି ଯାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ବିଷୟରେ ସମାଜ ଖବକାଗଜ ରେ ୨୦୧୫ ମସିହାରେ ବାରମ୍ବାର ଖବର ପ୍ରଚାର ହେବାପରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପୁଷେନ୍ଦ୍ର ସିଂହଦେଓ ସଂପୃକ୍ତ ବିଭାଗକୁ ଯଥାଶୀଘ୍ର ଏହା
ଉପରେ ତଦନ୍ତ କରି ତାଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ନାଲି ଫିତା ତଳେ ଚାପି ହୋଇଗଲା । ବିଜେଡି ସରକାରଙ୍କ କାର୍ଯ୍ୟକାଳ ସରିବା ପରେ ବର୍ତ୍ତମାନ ବିଜେପି  ସରକାର ଆଜକୁ ୧୯ ମାସ ଧରି ରାଜ୍ୟରେ ଶାସନ କରୁଛନ୍ତି । ଏହି ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହି ବିଷୟକୁ ସେତେଟା ଗୁରୁତ୍ବକୁ ନନେଇ ଚିରାଚରିତ ପନ୍ଥାରେ ପ୍ରମୁଖ ଶାସନ ସଚ୍ଚିବଙ୍କୁ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ରାଙ୍କ ସଂଖ୍ୟା ୩୦୧୧ ତା-୧୯/୦୭/୨୫
ରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ତତ୍କାଳୀନ ସରକାରୀ ଯନ୍ତ୍ରୀ ରବି ମିଶ୍ରଙ୍କ ଗୃହ କାମ ନକରିବାରୁ ନବକିଶୋର ଆଜି  ଏହାର ଶୀକାର ହୋଇଛନ୍ତି ବୋଲି ସେ କ୍ଷୋଭର ସହ ଆମକୁ ଜଣାଇଛନ୍ତି । ତଥ୍ୟ ଅନୁଯାୟୀ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ପି.କେ.ସ୍ବାଇଁ ଇଂଜିନିଅର ଇନ୍ ଚିଫ ଙ୍କୁ ତାଙ୍କର ପତାଙ୍କ ସଂଖ୍ୟା ୪୦୭୫, ତା ୨୧/୫/୧୪ ରେ ପ୍ରଦତ କରିଥିବାତଥ୍ୟ ଅନୁଯାୟୀ କାର୍ଯ୍ୟ କାଳର ପ୍ରାପ୍ୟ ର ସାରଣୀ ୧୯୯୧ ଏପ୍ରିଲ ୧୯୯୩ ଏବଂ୧୯୯୨ ରୁ ଡିସେମ୍ବର ୧୯୯୨ ନିରବିଛିନ୍ନଭାବରେ ବର୍ଷକରେ ୨୪୦ ଦିନରୁ ଅଧିକ କାର୍ଯ୍ୟ କରିଛିବୋଲି କ୍ୟାସ ବୁକ ରେ ଥିବା ଅଗଷ୍ଟ ୧୯୮୮ ରୁ ଜାନୁଆରୀ ୧୯୮୯, ମାର୍ଚ୍ଚ  ୧୯୯୧ ରୁ ଡିସେମ୍ବର ୧୯୯୧, ରୁ ଜାନୁୟାରୀ ୧୯୯୨ ରୁ ଡିସେମ୍ବର ୧୯୯୨, ଜାନୁୟାରୀ  ୧୯୯୩ ରୁ ଡିସେମ୍ବର ୧୯୯୩, ଜାନୁୟାରୀ ୧୯୯୪ ରୁ ଡିସେମ୍ବର
୧୯୯୪, ଜାନୁୟାରୀ ୧୯୯୫ ରୁ ଡିସେମ୍ବର ୧୯୯୫ ବର୍ଷକ ଅବଧ୍ୟରେ ୨୪୦ରୁ
ଅଧିକ ଦିନ କାମ କଛନ୍ତି। ପୁନର୍ବାର ସେ ତାଙ୍କ ପତ୍ରାଙ୍କ ସଂଖ୍ୟା ୪୨୬୭ ତା-୨୨.୯.୨୦୧୨ ରେ ୧୯୯୬ ରୁ ୨୦୧୨ ପର୍ଯ୍ୟନ୍ତ ତଥ୍ୟ ପ୍ରଦାନ କରିବା ସହ ନବକିଶୋର ୱାର୍କଚାର୍ଜ ହେବାପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ । କିନ୍ତୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀପତ୍ରାଙ୍କ ସଂଖ୍ୟା ୧୮୯୬ ତା− ୨୯/୧/୧୬ ରିଖରେ ପ୍ରଦତ୍ତ କରିଥିବା ନବ ମୁଦୁଲିର ୧୯୮୮ ରୁ ୨୦୧୨ ନିଯୁକ୍ତି ରେ ଚଂଚକତା ହେବାର ସ୍ପଷ୍ଟ ପ୍ରମାଣ ମିଳେ ! ଅର୍ଥ ଵିଭାଗର ରିଜଲ୍ୟୁସନ ସଂଖ୍ୟା ୨୨୭୬୪ ତା- ୧୫/୫/୯୭ ଅନୁଯାୟୀ ନବକିଶୋର ୧୦ ବର୍ଷ ରୁ ଅଧ୍ବକ କାର୍ଯ୍ୟ କରିବା ସହ ୨୪୦ ଦିନରୁ ଅଧିକ କାର୍ଯ୍ୟ କରିଛି । ଆନେକଶ୍ଚର-୭ ରେ ପ୍ରଦତ ତଥ୍ୟ ଅନୁଯାୟୀ ନବକିଶୋର ଙ୍କ ଠାରୁ ୭ ବର୍ଷ ପିଛିଲା ଥାଇ ପ୍ରତାପ କୁମାର
ପୁହାଣ ସ୍ଥାୟୀ ହୋଇଥିବା ବେଳେ ତେବେ କେଉଁ କାରଣରୁ ତାଙ୍କୁ ଏପରି ହଇରାଣ କରାଯାଉଛି ତାହା ଏକ  ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାସହ ବିଭାଗରେ ଫାଇଲରେ ଚଞ୍ଚକତା  କରିଥିବା ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାସହିତ ନବକିଶୋର ଙ୍କୁ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବୀ ହେଉଛି ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *