ବ୍ଲକ ସ୍ତରୀୟ ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା ,(୨୮।୧୨) ;-  ବୋଲଗଡ଼ ସଦର ମହକୁମାରେ  ସାମୁହିକ ପାଠାଗାର ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହି କେନ୍ଦ୍ର ନିର୍ମାଣ ପାଇଁ ସାଂସଦଙ୍କ ପାଣ୍ଠିରୁ ୫୩ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।ଏଥିରେ ବୋଲଗଡ଼ ଅଂଚଳର ଶିକ୍ଷିତ ଯୁବକ ଯୁବତୀ ମାନେ ଏବଂ କଲେଜ ଛାତ୍ରଛାତ୍ରୀ ମାନେ ଭାବିସତରେ କର୍ମ ନିଯୁକ୍ତି ପାଇଁ ବିଶେଷ ଜ୍ଞାନ ଆହୋରଣ କରିପାରିବେ।



ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଏକ ସାଧାରଣ ସଭାରେ ଯୋଗଦେଇ କହିଲେ ଯେ ପ୍ରତି ବ୍ଲକରେ ଏହି ଭଳି ଗୋଟିଏ ଲେଖାଏଁ ପାଠାଗାର ନିର୍ମାଣ କରାଯାଉଛି।ଆଗାମୀ ତିନି ବର୍ଷ ମଧ୍ୟରେ ବୋଲଗଡ଼ ବେଗୁନିଆର ୪୦ଗୋଟି ପଂଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏହାର ସତ ବିନଯୋଗ କରାଯାଇ କର୍ମୀ ମାନେ ସେବକ ଭାବେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ବିଜେପିର କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

Advertisement

ଏହି  କାର୍ଯ୍ୟକ୍ରମରେ  ସାଂସଦ ଅପରାଜିତା ଷଡ଼ଙ୍ଗୀ,ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ , ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ, ସମିତି ସଭ୍ୟ। ନିର୍ମଳା ପ୍ରଧାନ, ରବିନ୍ଦ୍ର କୁମାର ପରିଡା,ପୁର୍ବତନ ପଂଚାୟତ ସମିତି ଅଧକ୍ଷ ରଘୁନାଥ ଷଡ଼ଙ୍ଗୀ, ବିଜେପି ନେତା ଲୋତକ ବିନ୍ଦୁ ପଟ୍ଟନାୟକ,ରବିନ୍ଦ୍ର ସୁବୁଦ୍ଧି,ଦିଲ୍ଲୀପ କୁମାର ଦତ୍ତ,ସଞ୍ଜୟ କୁମାର ବେହେରା,କିଶୋର ହୋତା,ସୁବାସ ସ୍ୱାଇଁ,ଅଜିତ ପଟ୍ଟନାୟକ,ତ୍ରିନାଥ ସ୍ୱାଇଁ,ପ୍ରମୋଦ ପ୍ରଧାନ,ବିଦ୍ୟୁତ କାଣ୍ଡି, ଦୀପନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ଜଗନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *