ଖୋର୍ଦ୍ଧା,(୧୨/୦୨):- ବେଗୁନିଆ ବ୍ଲକ, ଅନ୍ତର୍ଗତ ଗଡମାଣତ୍ରି ଗ୍ରାମର ରବିନ୍ଦ୍ର ବିଶ୍ଵାଳ ଙ୍କର ୨୪ବର୍ଷର ଭେଣ୍ଡିଆ ପୁଅ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କର ଏକ ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଯାଇଛି । ଅକାଳରେ ଚାଲିଗଲା ପରିବାରକୁ ଭାତହାଣ୍ଡି ଯୋଗାଇ ଦେଉଥିବା ରୋଜଗାରିଆ ଯୁବକର ଜୀବନ । ଚନ୍ଦ୍ରଶେଖର ବିଶ୍ଵାଳ ନିଜ ପରିବାରର ପେଟ ପାଟଣା ପାଇଁ କାମ ଧନ୍ଦା ସରି ଖୋର୍ଦ୍ଧାରୁ ଗଡମାଣତ୍ରି ନିଜ ଘରକୁ ଫେରୁଥିବା ବେଳେ ଡାଳତୋଳା ଓ ପରିଛଳ ମଧ୍ୟରେ ଏକ ଭାରି ଚାରିଚକିଆ ଯାନ (ଆଇଚର) ପରିଛଳ ଆଡୁ ଦୃତ ଗତିରେ ଆସୁଥିବା ବେଳେ ଚନ୍ଦ୍ରଶେଖର ବିଶ୍ଵାଳ ଏକ ଦୁଇ ଚକିଆ ମୋଟର ସାଇକେଲ (ବାଇକ୍) ରେ ଆସୁଥିବା ବେଳେ ପରିଛଳ ଆଡୁ ଦୃତ ଗତିରେ ଆସୁଥିବା ଆଇଚର୍ ଗାଡ଼ିଟି ବାଇକ୍ ଟିକୁ ପିଟି ଦେଇ ଚମ୍ପଟ ମାରି ଖସିଯିବା ସମୟରେ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ ଆଇଚର୍ ଗାଡ଼ି ଚାଳକକୁ ଓ ଚନ୍ଦ୍ରଶେଖର ବିଶ୍ଵାଳ ଙ୍କୁ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଚନ୍ଦ୍ରଶେଖର ଙ୍କର ଦେହ ବେଶୀ ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା । ପରେ ଶବକୁ ଡାକ୍ତର ଶବ ବ୍ୟବଚ୍ଛେଦ କରି ଘରକୁ ପଠାଇ ଦେଇଥିଲା । ଆଜି ଚନ୍ଦ୍ରଶେଖର ଙ୍କର ଶବ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ରେ ପହଞ୍ଚି ଥିଲା ।
ଗ୍ରାମ ବାସୀ ଓ ଚନ୍ଦ୍ରଶେଖର ଙ୍କର ବାପା, ମାଁ, ସ୍ତ୍ରୀ ନ୍ୟାୟ ଆଶାରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଥିଲେ । ପରେ ପରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ପରିବାର ଲୋକଙ୍କ ସମେତ ଗ୍ରାମ ବାସୀଙ୍କୁ ବୁଝା ସୁଜା କରିବାରୁ ରାସ୍ତା ଅବରୋଧ ହଟାଇ ଥିଲେ ଗ୍ରାମ ବାସୀ ଓ ପରିବାର ଲୋକେ । କିନ୍ତୁ ପରିବାର ଲୋକେ ଓ ମୃତକ ଙ୍କର ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି ମୃତକ ଚନ୍ଦ୍ରଶେଖର ପଛରେ ଛାଡି ଯାଇଥିବା ନିଜର ଦେଢ଼ ବର୍ଷର ଶିଶୁ କନ୍ୟା, ନିଜ ସ୍ତ୍ରୀ ଓ ବୃଦ୍ଧ ବାପା ମା କିପରି ଚଳିବେ ଓ ଦେଢ଼ ବର୍ଷର ଝିଅ ର ଭବିଶ୍ୟତ କୁ ଆଖି ଆଗରେ ରଖି ସରକାରଙ୍କ ପାଖରେ ଅନୁରୋଧ କରିଛନ୍ତି ମୃତକ ଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ସହିତ ପରିବାର ଜଣକୁ ନିୟୋଜନ ସହ ସମସ୍ତ ପ୍ରକାରର ସରକାରୀ ସୁବିଧା ଯୋଗାଇ ଦେଲେ ପରିବାର ର ଭରଣପୋଷଣ କରିପାରିବ ମୃତକଙ୍କ ବିଧବା ପତ୍ନୀ ଲକ୍ଷ୍ମୀପ୍ରିୟା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
