ଖୋର୍ଦ୍ଧା,୧୪/୧: ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ଆୟୋଜିତ ଏକାଦଶ ହଟକେଶ୍ଵର ମକର ମହୋତ୍ସବ ଆଜି ଉଦ୍ଘାଟିତ ହୋଇଯାଇଅଛି।

ମକର ମହୋତ୍ସବ କମିଟିର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଭୁବନେଶ୍ଵର (ମଧ୍ୟ)ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମହାନ୍ତି ମୁଖ୍ୟବକ୍ତା, ମହୋତ୍ସବ କମିଟିର ଆବାହକ ତଥା ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ,ଅତିରିକ୍ତ ତହସିଲଦାର ମୃତ୍ୟୁଞ୍ଜୟ ବରାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ,ସମିତି ସଭ୍ୟ ନବନିତା ମହାନ୍ତି,ସମାଜସେବୀ ସୁଶାନ୍ତ କୁମାର ମହାପାତ୍ର,ପୃଥ୍ବୀରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ମହୋତ୍ସବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କର ଅବଦାନ ରହିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ।

ସଭାର ପ୍ରାରମ୍ଭରେ ଓଡ଼ିଶା ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ସୁଧାକର ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ଅଖିଳେଶ ମହାପାତ୍ର। ଅଭିନେତା ଦୁର୍ଗା ମାଧବ ପାତ୍ର ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୋନାଲି ଷଡ଼ଙ୍ଗୀ , ଗାୟିକା ଅନନ୍ୟା, କଣ୍ଠ ଶିଳ୍ପୀ ହିମାଂଶୁ, ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ରକି ଡାନ୍ସ ଗ୍ରୁପ ର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

ପରେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଦେବାଶିଷ ଆଚାର୍ଯ୍ୟ, ସମାଜ ସେବୀ ସନ୍ତୋଷ ମହାପାତ୍ର ପ୍ରମୁଖଙ୍କୁ ଅତିଥି ମାନେ ମକର ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ। ଏହି ମହୋତ୍ସବ ପରିସରରେ ଓରମାସ ପକ୍ଷରୁ ମିଶନ ଶକ୍ତି ମା ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ୍, କୃଷି ଓ ଉଦ୍ୟାନ କୃଷି ବିଭାଗ,ଶିକ୍ଷା ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଷ୍ଟଲ୍ ସହ ବରଗଡ଼ ଜିଲ୍ଲାର କଳାକାର ମାନଙ୍କ ଦ୍ବାରା ସେଲଫି ଜୋନ,ଅଗ୍ନି ନିର୍ବାପକ ଓ ପୁଲିସ ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା ସେବା ଯୋଗାଇ ଦିଆଯିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଅଛି ।

ଏହି ପଞ୍ଚ ଦିବସୀୟ ହଟକେଶ୍ଵର ମକର ମହୋତ୍ସବ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଉତ୍ସଵ କୁ ଶାନ୍ତି ଶୃଙ୍ଖଳା ର ସହ ଆଗାମୀ ୪ଦିନ ସହଯୋଗ କରିବାକୁ ଅଂଚଳ ବାସୀଙ୍କ ସହଯୋଗ କାମନା କରିଥିଲେ ।ମହୋତ୍ସବ ପରିଚାଳନା ରେ ମହୋତ୍ସବ କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now