ଜାନୁୟାରୀ ୧୪ ରୁ ୧୮ ପର୍ଯ୍ୟନ୍ତ ହେବ ହଟ୍ଟକେଶ୍ୱର ମକର ମହୋତ୍ସବ, ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ

ଖୋର୍ଦ୍ଧା,(୧୨/୧୦): – ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଂଚାୟତରେ ଥିବା ପ୍ରସିଦ୍ଧ ଶୈବ ପୀଠ ହଟକେଶ୍ଵର ମହାଦେବ ଅଟ୍ରି ମକର ମହୋତ୍ସବ ୨୦୨୬ ଚଳିତ ଜାନୁୟାରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହେବ ।

ପବିତ୍ର ମକର ମେଳା ମହୋତ୍ସବରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ହଟକେଶ୍ୱର ମହାଦେବଙ୍କୁ ଦର୍ଶନ ପାଇଁ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା, ସୁସ୍ଥ ପରିମଳ ବ୍ୟବସ୍ଥା, ଭକ୍ତ ଓ ଯାତ୍ରୀ ମାନଙ୍କ ଯାତାୟତର ସୁବିଧା ନିମନ୍ତେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ବ୍ୟବସ୍ଥା କୁ ତ୍ୱରାନ୍ୱିତ କରାଯାଇଅଛି

ଅଟ୍ରି ଉଷ୍ଣ ପ୍ରସବଣ ଓଡ଼ିଶା ର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକ ଓ ଭକ୍ତଙ୍କ ସୁଚାରୁରୂପେ ଦର୍ଶନ ନିମନ୍ତେ ହଟକେଶ୍ୱର୍ ଅଟ୍ରି ମହୋତ୍ସବ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି l ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ  ଅମ୍ରିତ୍ ଋତୁରାଜ, ସ୍ଥାନୀୟ ବିଧାୟକ  ପ୍ରଦୀପ କୁମାର ସାହୁ,ମହୋତ୍ସବ କମିଟି ସଂଯୋଜକ ବ୍ଲକ୍ ଉନ୍ନୟନ ଅଧିକାରୀ, ବେଗୁନିଆ, ଆବାହକ ତାହସିଦାର, ବେଗୁନିଆ  ଏହି ମହୋତ୍ସବ ଶାନ୍ତି, ଶୃଙ୍ଖଳା, ଭାଇଚାରା, ସମ୍ପ୍ରିତି ବାତାବରଣ ମଧ୍ୟରେ ଆନନ୍ଦ ଉଲ୍ଲାସ ଓ ଆଧ୍ୟାତ୍ମିକ ସହ ସମ୍ପନ୍ନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *