ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଯକଲା ମହାବୀର ପୀଠ
ଉନ୍ନତି ପାଇଁ ଏକାଠି ହେଲେ ୧୫ଟି ଗ୍ରାମର ଶତାଧିକ ଲୋକ
ଖୋର୍ଦ୍ଧା ,(୨୬/୧୧):- ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପଯ୍ୟଟନ ସ୍ଥଳ ଭାବେ ପରିଚିତ ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ଶାସନ ସୌନ୍ଦର୍ଯ୍ୟ ଭରା ପାହାଡ ପର୍ବତ ଶୀର୍ଷ ରେ ଥିବା ଯକଲା ମହାବୀର ମନ୍ଦିର ବହୁ ବର୍ଷ ଧରି ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ସେ ନେଇ ବୁଧବାର ଦିନ ଏହାର ଉନ୍ନତି କରଣ ପାଇଁ ମନ୍ଦିରର ଆଖ ପାଖ ୧୫ଟି ଗ୍ରାମର ଶତାଧିକ ଗ୍ରାମବାସୀମାନେ ମିଳିତ ଭାବରେ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିବା ସହ ଶପଥ ନେଇଥିଲେ l ଏହି ଅବସରରେ ମହାବୀର ପ୍ରାଙ୍ଗଣରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମହାବୀର ମନ୍ଦିର କମିଟି ସଭାପତି ଦୀପନ କୁମାର ବିଶ୍ୱାଳଙ୍କ ଆବାହକତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ମନ୍ଦିରର ପ୍ରାଣ ପ୍ରତିଷ୍ଠାତା ଭୁବନେଶ୍ୱର ସ୍ଥିତ ବରିଷ୍ଠ ସମାଜସେବୀ ଅଭିମନ୍ୟୁ ପାତ୍ର ଯୋଗଦେଇଥିଲେ । ମୁଖ୍ୟବକ୍ତାଭାବେ ମନ୍ଦିରର ମୁଖ୍ୟ ପୁରଧା ବାବା ଦୀନ ବନ୍ଧୁ ଦାସ ମହାରାଜ,ସମ୍ମାନିତ ଅତିଥିଭାବେ ମହାଵୀର ମନ୍ଦିରର ଟ୍ରଷ୍ଟି ବୋର୍ଡ କମିଟି ସଭ୍ୟ ନବ କିଶୋର ପଣ୍ଡା, ରବୀନ୍ଦ୍ର କୁମାର ସାମନ୍ତରାୟ, ଅକ୍ଷୟ କୁମାର ଦତ୍ତ, ଲଛିମନ ପରିଡ଼ା, ବରିଷ୍ଠ ପ୍ରଶାସନିକ ଅଧିକାରୀ ସଦାନନ୍ଦ ତ୍ରିପାଠୀ, ବାସୁଦେବ ନାୟକ, ବାବା ପୂର୍ଣ୍ଣ ଚନ୍ଦ୍ର ନାୟକ, ମହାବୀର ମନ୍ଦିରର ମଠାଧୀଶ ବାବା ଦେବଦାସ, ମନ୍ଦିର ଉନ୍ନୟନରେ ସାହାର୍ଯ୍ୟ କରିଥିବା ଅନ୍ୟତମ ସାରଥୀ ଶ୍ରୀମନ୍ତ କୁମାର ରାୟ ସିଂହ, ସେବତୀ ରାୟ ସିଂହ ପ୍ରମୁଖ ନିଜ ବକ୍ତବ୍ୟରେ ମନ୍ଦିରର ଉନ୍ନତି ପାଇଁ ନିଜ ନିଜ ମତ ପୋଷଣ କରିଥିଲେ l ଏପରିକି ୨୦୦୩ମସିହାରୁ ଏହି ମହାବୀର ମନ୍ଦିର ନିର୍ମାଣ ଓ ଭିତ୍ତି ଭୂମିର ବିକାଶ ପାଇଁ ଅଭିମନ୍ୟୁ ପାତ୍ର ନିଜସ୍ୱ ଖର୍ଚ୍ଚରେ ୩୦ଲକ୍ଷ ଆର୍ଥିକ ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ବର୍ତମାନ ଦୀର୍ଘ ୧୦ବର୍ଷ କାଳ ଏହି ମହାବୀରଙ୍କ ପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି ।

ଆଜି ଏହି ଅବସରରେ ବିଭିନ୍ନ ଗ୍ରାମର ମୁଖ୍ୟ ଉଦ୍ୟକ୍ତାମାନେ ଦାବୀ କରି ଅଛନ୍ତିକି ନୂତନ ମନ୍ଦିରର ନିର୍ମାଣ, ମନ୍ଦିରକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ନିକଟରେ ଥିବା ଯକଲା ଜଳ ସଂରକ୍ଷଣ ପାଇଁ ଏକ କ୍ଷୀଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରଦାନ ପାଇଁ ଦାବୀ କରାଯାଇଛି l ପରିଶେଷରେ ସମାଜ ସେବୀ ମାନସ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଉନ୍ନତି ପାଇଁ ଏକାଠି ହେଲେ ୧୫ଟି ଗ୍ରାମର ଜନସାଧାରଣ
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
Subha Khabar is now on Whatsapp
Join and get latest news update delivered to you via whatsapp
Join Now