ଖୋର୍ଦ୍ଧା,(୨୫ା୧୧): – ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଜାଗେଶ୍ୱରପାଟଣା ଅଂଚଳରେ ଚଢଉ କରାଯାଇ ଦେଶୀ ମଦ, ଏକ ବାଇକ ଓ ମୋବାଇଲ ଫୋନ୍ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ହେଲେ କାଇମାଟିଆ ପାଟଣା ର କାଳନ୍ଦୀ ସାହୁ(୫୮) ।
ସୂଚନା ଅନୁସାରେ, କାଳନ୍ଦୀ ଦୀର୍ଘଦିନ ହେବ ପୁଲିସ ଓ ଅବକାରୀ କୁ ଚଖମା ଦେଇ ଦେଶୀମଦ ବେପାର କରିଆସୁଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇ କାଳନ୍ଦୀ କୁ ଧରିବାକୁ ଅବକାରୀ ସୁପରିଟେଣ୍ଡଂଟ ସୁମତି ତ୍ରୀପାଠୀଙ୍କ ନିଦେ୍ର୍ଦଶକ୍ରମେ ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ତପସ୍ୱିନୀ ବରାଳଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କାଳନ୍ଦୀ ର ଗତିବିଧି ଓ ବେପାର ଆଡ୍ଡାକୁ ନଜର ରଖିଥିଲେ । କାଳନ୍ଦୀ ମାଲ ଆଣିବାକୁ ରଖିଥିବା ନିଛାଟିଆ ସ୍ଥାନକୁ ଓଆର୦୨-ଏଏଆର-୮୪୫୯ ନଂ ବିଶିଷ୍ଟ ବାଇକ୍ ରେ ଯାଉଥିବାବେଳେ ଅବକାରୀ ମୋବାଇଲ ଟିମ୍ ପିଛା କରିଥିଲେ । ମାଲ ରଖିଥିବା ସ୍ଥାନରୁ ବାଇକ୍ ରେ ମାଲ ଲୋଡ କରିବା ବେଳେ ମୋବାଇଲ ଟିମ୍ ଚଢଉ କରିଥିଲେ । ସେମାନଙ୍କୁ ଦେଖି ଖସିବାକୁ ଉଦ୍ୟମ କରିଥିଲେ ହେଁ ସେମାନେ ତାକୁ କାବୁ କରିଥିଲେ । ତା ଠାରୁ ୬ଶହ ଲିଟର ଦେଶୀ ମଦ ସମେତ ବାଇକ୍ ଓ ଫୋନ୍ କୁ ଜବତ କରିଥିଲା । ଜବତ ଦେଶୀ ମଦ ର ମୂଲ୍ୟ ୧ଲକ୍ଷ ୨୦ହଜାର ହେବ ବୋଲି ବିଭାଗ ଆକଳନ କରିଛି । ଏନେଇ ଅବକାରୀ ମୋବାଇଲ ସ୍କ୍ୱାର୍ଡ ବେଆଇନ୍ ମଦ ବିକ୍ରୀ ଅଭିଯୋଗରେ ୩୨୫/୨୫ ମାମଲାରେ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଚଢାଉରେ ଶ୍ରୀମତୀ ବରାଳଙ୍କ ସମେତ ଏସଆଇ ସୁଜିତ କୁମାର ନାଗ, ଏଏସଆଇ ସଞ୍ଜ କୁମାର ରାଉତ, ଜିତେନ୍ଦ୍ର ହେମ୍ବ୍ରମ୍, କନେଷ୍ଟବଲ ସତ୍ୟବନ୍ତ ମାଝି, ସ୍ୱପ୍ନାରାଣୀ ବେହେରା, ଟିଟୁ ସାହୁ ଓ ପ୍ରଣବ ବେହେରା ପ୍ରମୁଖ ସାମିଲ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now