ଖୋର୍ଦ୍ଧା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜାତୀୟ ଶିକ୍ଷା ଦିବସ ପାଳିତ
ଖୋର୍ଦ୍ଧା, (୧୧/୧୧) :- ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ରେ ଆୟୋଜିତ ହେଉଥିବା ” ଦୀକ୍ଷାରମ୍ଭ” କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିବସ ରେ ଭାରତ ର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଳାନା ଅବୁଲ କାଲାମ ଆଜାଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ତାପସ କୁମାର ନାୟକ ଉଦଘାଟନ କରି ଏହାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ କହିବା ସହିତ ମୌଳାନା ଆଜାଦଙ୍କ ଦୂରଦୃଷ୍ଟି ଓ ପ୍ରଚେଷ୍ଟା ଯୋଗୁ କିପରି ଭାରତ ରେ ଶିକ୍ଷା ବିକାଶ ହୋଇ ୟୁ. ଜି. ସି, ଆଇ ଆଇ. ଟି ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା ତାହା ବର୍ଣନା କରିଥିଲେ। ପରେ ଚଳିତ ବର୍ଷର ଜାତୀୟ ଶିକ୍ଷା ଦିବସ ର ବିଷୟ ବସ୍ତୁ ଥିବା ” କୃତ୍ରିମ ବୁଦ୍ଧିମତା ଓ ମାନବ ” ଉପରେ ବିଷଦ ଆଲୋଚନା କରିଥିଲେ ।

ଏହି ସମାରୋହରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଶ୍ରୀ ଗୋପାଳ କୃଷ୍ଣ ପ୍ରଧାନ ବର୍ତମାନ ସମୟରେ ଶିକ୍ଷକ ମାନଙ୍କର ଗୁରୁ ଦାୟିତ୍ଵ, ଶିକ୍ଷା, ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କିଭଳି ମନୋଭାବ ରହିଲେ ଶିକ୍ଷା ର ଗୁରୁତ୍ୱ ବଢିବ ପିଲାମାନେ ଭଲ ମଣିଷ ହୋଇପାରିବେ ତାହ.ଉପରେ କହିବା ସହିତ ଖୋର୍ଦ୍ଧା ଡି.ଆଇ.ଇ. ଟି. ଭଳି ଅଗ୍ରଣୀ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ର ପବିତ୍ରତା ଓ ମହାନତା କୁ ବଜାୟ. ରଖିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ମୌଳାନା ଆଜାଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ବୀଣାପାଣି ପାଢୀ ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ସୋମ୍ୟ ଦାସ, ରଶ୍ମିରେଖା ସ୍ବାଇଁ, ମୌସୁମୀ ମହାନ୍ତି, ଶିଖା ଶିଅଳ, ଶ୍ରୀ ମହେଶ କୁମାର ବେହେରା,ମୋନାଲିସା ପଣ୍ଡା, ମଞ୍ଜୁଲତା ହଂସଦା, ଅକ୍ଷୟ ମହାନ୍ତି, ଆୟେଶା ତନବୀର, ଦିପ୍ତି ପ୍ରଭା ଦାସ ଏହି ଉତ୍ସବକୁ ପରିଚାଳନା କରିଥିଲେ
Subha Khabar is now on Whatsapp
Join and get latest news update delivered to you via whatsapp
Join Now