ଖୋର୍ଦ୍ଧା:- ଆଉ ଗୋଟିଏ ଦିନ ପରେ ଆଲୋକ ର ପର୍ବ ଦୀପାବଳି ପର୍ବ ପାଳନ ହେବାକୁ ଥିବା ବେଳେ ଶନିବାର ଧନତେରସ ପର୍ବ ପାଳନରେ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି।

ଏହି ଉପଲକ୍ଷେ ବାଣପୁର, ବାଲୁଗାଁ ବଜ଼ାର ହାଟରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି। ଚଳିତ ବର୍ଷ ସୁନା ଦର ୩୫ ପ୍ରତିଶତ ଓ ରୁପା ଦରରେ ୭୦ ପ୍ରତିଶତ ବୃଦ୍ଧି ଘଟିଥିଲେ ମଧ୍ୟ ଅଞ୍ଚଳର ସମସ୍ତ ଅଳଙ୍କାର ଦୋକାନ ମାନଙ୍କରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

ଧନତେରସ ରେ ସ୍ଵର୍ଣ୍ଣ ଅଳଙ୍କାର ଓ ଝାଡୁ କିଣିବା ଦ୍ୱାରା ଘରକୁ ଲଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ବାଣପୁର, ବାଲୁଗାଁ ଅଂଚଳର ସମସ୍ତ ଛୋଟ ବଡ଼ ଅଳଙ୍କାର ଦୋକାନ ମାନଙ୍କରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଏହି ପର୍ବରେ ସ୍ଥାନୀୟ ଅଂଚଳରେ ପ୍ରାୟ ୮ କୋଟି ରୁ ଊର୍ଦ୍ଧ୍ବ ଅଳଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି। ସେହିପରି ଝାଡୁ ଦୋକାନ ଗୁଡିକରେ ଲକ୍ଷାଧିକ ଟଙ୍କାର ଝାଡୁ ବେପାର ହୋଇଥିବା ଜଣା ପଡିଛି। ପ୍ରବଳ ଭିଡ଼ ଯୋଗୁଁ ବାଣପୁର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
