ଓଡ଼ିଶା ପାଠ୍ୟକ୍ରମ ରୂପରେଖର ଦ୍ଵିତୀୟ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ
ଖୋରାଧା,(୨୭/୦୨):- ଓଡିଶା ସରକାରଙ୍କ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ତଥା ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆୟୋଜନରେ ଓଡିଶା ବିଦ୍ୟାଳୟ ପାଠ୍ୟକ୍ରମ ରୂପରେଖ ଏବଂ ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚଦିବସୀୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ବେଗୁନିଆ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ୍ ର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରୁ 110 ଜଣ ଶିକ୍ଷକ ଶିକ୍ଷିକା ପ୍ରଶିକ୍ଷଣ ନେଇଛନ୍ତି l ଉଦଘାଟନ ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାଶ ଚନ୍ଦ୍ର ସେଠୀ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ବକ୍ତବ୍ୟ ରଖିଥିଲେ ।

ପ୍ରଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ଦାଶରଥି ସୁବୁଦ୍ଧି, ତ୍ରିନାଥ ବେହେରା, ଅଖିଳେଶ ମହାପାତ୍ର, ପ୍ରଶାନ୍ତ ନାୟକ, ବିଷ୍ନୁପ୍ରିୟା ମିଶ୍ର ପ୍ରମୁଖ ଦୁଇ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ଶିକ୍ଷାର୍ଥୀ କୈନ୍ଦ୍ରିକ ଶିକ୍ଷାଦାନରେ ଶିକ୍ଷକ ହେଉଛନ୍ତି ପଥ ପ୍ରଦର୍ଶକ ।ପିଲାମାନଙ୍କ ସାମଗ୍ରିକ ବିକାଶ ହେଲେ ଗୁଣାତ୍ମକ ଶିକ୍ଷାର ଉନ୍ନତି ହୋଇଥାଏ ବୋଲି ବି ଆର ସି ସି କୈଳାଶ ସେଠୀ ମତବ୍ୟକ୍ତ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
