ଖୋର୍ଦ୍ଧା,(୧୮/୧୦):- ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଅନୁଷ୍ଠିତ ପ୍ରଥମ ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କ୍ରିକେଟ ଟୁର୍ନାମେଣ୍ଟ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି।

ଏହି ଉତ୍ସବ ରେ ପୂର୍ବତନ ଯୋଜନା କମିଟି ଅଧକ୍ଷ ତଥା ଖୋର୍ଦ୍ଧା ଓ ବେଗୁନିଆ ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭ୍ରମରବର ମହାପାତ୍ର, ମଳୟେଶ ପ୍ରଧାନ, ସଞ୍ଜୟ କୁମାର ସିଂ,ରବିନାରାୟଣ ରାଉତରାୟ, ଦୁଃଶାସନ ବେହେରା, ଅବ୍ୟକ୍ତ ହରିହର ଖାଡ଼ଙ୍ଗା ପ୍ରମୁଖ ଉପସ୍ଥିତ ରହି ନୀଳକଣ୍ଠ ଙ୍କ ସ୍ମୁତି ଚାରଣ କରିଥିଲେ।

ପ୍ରଥମ ମ୍ୟାଚ ପାତ୍ରପଡା ଏବଂ ପଙ୍ଗାରସିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ରେ ଜିତି ପାତ୍ରପଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ସମସ୍ତ ୍ୱୱୀକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ନାବେଦ ଏକବାଲ ୪୪ ରନ ସଂଗ୍ରହ କରିଥିଲେ। ପଙ୍ଗାର ସିଂ ଦଳର ସମ୍ବିତ ଦାସ ୩ ଟି ୍ୱୱୀକେଟ ଅକ୍ତିଆର କରିଥିଲେ। ଜବାବରେ ପଙ୍ଗାର ସିଂ ଦଳ ୧୬ ଓଭର ରୁ ୮ ୱୀକେଟ ହରାଇ ୧୫୬ ରନ ରେ ସୀମିତ ରହିଥିଲା। ଏହି ମ୍ୟାଚ କୁ ପାତ୍ରପଡା ଦଳ ୪ ରନ ରେ ଜିତି ନେଇଥିଲା। ପଙ୍ଗାର ସିଂ ର ରୁବେଲ ଦାସ ସର୍ବାଧିକ ୭୦ ରନ କରିଥିଲେ।ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ନଭେଦ ଏକବାଲ ଙ୍କୁ ପୁରସ୍କୃତ କରା ଯାଇଥିଲା।

ଦ୍ଵିତୀୟ ମ୍ୟାଚ ରେ ଗଙ୍ଗପଡ଼ା ଓ ଅଠାରଙ୍ଗ ପରସ୍ପର କୁ ଭେଟିଥିଲେ। ପ୍ରଥମେ ଟସ ରେ ଜିତି ଅଠାରଙ୍ଗ ଦଳ ବ୍ୟାଟିଂ କରି ୧୫ ଓଭର ରେ ୭ ୱିକେଟ ହରାଇ ୧୪୬ ରନ କରିଥିଲେ। ଦଳ ପକ୍ଷରୁ ସରୋଜ ମଙ୍ଗରାଜ ୩୪ ରନ ସଂଗ୍ରହ କରିଥିଲେ। ଗଙ୍ଗପଡ଼ା ର ରୋଶନ କୁମାର ସେନାପତି ସର୍ବାଧିକ ୫ ଟି ୱିକେଟ ପାଇଥିଲେ। ଜବାବରେ ଗଙ୍ଗପଡ଼ା ଦଳ ୧୨ ଓଭର ରେ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇ ୬ ୱିକେଟ ରେ ବିଜୟୀ ହୋଇଛନ୍ତି। ଦଳ ପକ୍ଷରୁ ଦିଲୀପ ଓ ଶୁଭେନ୍ଦୁ ଅର୍ଦ୍ଧଶତକ ହାସଲ କରିଥିଲେ।
ତୁଷାରକାନ୍ତ ସୁନ୍ଦରାୟ, ସୁଜିତ ପରିଡା, ଅସିତ ପରିଡା, ପ୍ରକାଶ ସାହୁ, ଓମ ଅର୍ପିତ ମହାପାତ୍ର, ସୂର୍ଯକାନ୍ତ ଗୁମାନସିଂ ଓ ରାଜଦୀପ ଶ୍ରୀ ରାଜପ୍ରସାଦ ଖେଳକୁ ପରିଚାଳନା କରିଥିବାବେଳେ ସୋମ୍ୟଜିତ ପଟ୍ଟନାୟକ ଓ ସନ୍ତୋଷ ପ୍ରଧାନ ସଂଯୋଜନା କରିଥିଲେ। ୧୯/୧୦/୨୫ ତାରିଖ ରବିବାର ଦିନ ପ୍ରଥମ ମ୍ୟାଚ ଯାଆଁଳା ବନାମ ମୁକୁନ୍ଦ ପ୍ରାସାଦ ଓ ଦ୍ଵିତୀୟ ମ୍ୟାଚ ପାନବରଜ ବନାମ ତମାଣ୍ଡୋ ମଧ୍ୟରେ ଅନୁଷ୍ଠିତ ହେବବୋଲି ମ୍ୟାଚ ରେଫରି ତ୍ରିନାଥ ପରିଡା ଓ ପ୍ରକାଶ ପାଇକରାୟ ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now