ଭାନୁ ପ୍ରତାପ ସିଂହ ମାଝୀଙ୍କ ପ୍ରତ୍ୟାବର୍ତ୍ତନ, ବିଜେଡିର ଶକ୍ତି ବୃଦ୍ଧି
ଭୁବନେଶ୍ବର , (୧୬/୧୦): – ବିଜୁ ଜନତା ଦଳର ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ଉପସଭାପତି ପ୍ରତାପ ଜେନା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ନୂଆପଡା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂହ ମାଝୀଙ୍କର ବହିଷ୍କାର ପ୍ରତ୍ୟାହାର କରିଛନ୍ତି । ବହିଷ୍କାର ର ପ୍ରତ୍ୟାହାର ପରେ ଶଙ୍ଖ ଭବନଠାରେ ଶ୍ରୀ ମାଝୀଙ୍କୁ ଦଳ ତରଫରୁ ଭବ୍ୟ ସାଗତ କରାଯାଇଥିଲା । ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା, ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦକ ନିରଂଜନ ବିଶି ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ।

ଉଲ୍ଲେଖ୍ୟଯୋଗ୍ୟ, ନୂଆପଡା ଜିଲ୍ଲା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥୁବା ପୂର୍ବତନ ମନ୍ତ୍ରୀ ସର୍ଗତ ତ ଘାସିରାମ ମାଝୀଙ୍କ ପୁତୁରା ହେଉଛନ୍ତି ଭାନୁ ପ୍ରତାପ ସିଂହ ମାଝୀ । ଶ୍ରୀ ମାଝୀ ତିନି ତିନି ଥର ଥର ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଅଛନ୍ତି । ଏହି ଅବସରରେ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ମୁଁ ଦୀର୍ଘ ଦିନ ଧରି ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି। ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ କୌଣସି ଅନ୍ୟ ଦଳରେ ଯୋଗ ଦେଇ ନାହିଁ, ବିଜୁ ଜନତା ଦଳର ନୀତି ଆଦର୍ଶରେ ବିଶ୍ଵାସ ରଖ୍ ରାଜନୀତି କରି ଆସୁଛି । ଆଜି ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେବା ପରେ ମୁଁ ମୋର ନିଜ ଘରୁ ଫେରି ଆନନ୍ଦିତ । ବର୍ତ୍ତମାନ ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ। ନବୀନ ବାବୁଙ୍କ କାର୍ଯ୍ୟକାଳ ସମୟରେ ନୂଆପଡା ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେବା ସହ ଆଦିବାସୀ ମାନଙ୍କର ବିକାଶ ପାଇଁ ବହୁ ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି। ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି ଏବଂ ଆଗାମୀ ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ମାଝୀ ଦମ୍ଭୋକ୍ତି ପ୍ରକାଶ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
