ଟ୍ରିପଲ ‘ଏ’ରେ ଗାନ୍ଧି ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା,(୦୨/୧୦) :-  ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’ ରେ ପ୍ରବାଦ ପୁରୁଷ ଗାନ୍ଧି ଏବଂ ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ବିଦ୍ୟାଳୟର ସେବା ବିଭାଗ ଦ୍ୱାରା ମହା ସମାରୋହରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ଡ. ନନ୍ଦକିଶୋର ପଟ୍ଟନାୟକ ଗାନ୍ଧି ଓ ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପଦୀପ ଲଗାଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।



ପରେ ପରେ ରାମଧୂନ ଓ ବୈଷ୍ଣବ ଜନତୋ ସେବା ବିଭାଗର ଛାତ୍ରଛାତ୍ରୀ ଓ ସଂଗୀତ ବିଭାଗର ମିଳିତ ସହଯୋଗରେ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ସ୍କାଉଟ,ଗାଇଡ,କବ୍ ଓ ବୁଲ୍‌ବୁଲ୍ ସେବା ବିଭାଗ ଦ୍ୱାରା ଆୟୋଜନ ହୋଇଥିଲା ଯାହାକୁ ଗାଇଡ କ୍ୟାପଟେନ ରଚିତା ପଟ୍ଟନାୟକ.ସ୍କାଉଟମାଷ୍ଟର ନୃସିଂହ ପ୍ରସାଦ ସିଂହ, କବ୍ ମାଷ୍ଟର ପ୍ରତାପ ଚନ୍ଦ୍ର ଦାଶ ସଂଯୋଜନା କରିଥିଲେ । ସେବା ବିଭାଗର ସୁବୋଧ ମହାପାତ୍ର. ଲଳିତ ନାରାୟଣ ମହାପାତ୍ର. ଭାଗ୍ୟଲକ୍ଷ୍ମୀ ନନ୍ଦ,ସୁନିତା ପଟ୍ଟନାୟକ, ରୋମା ମହାନ୍ତି ଓ ପ୍ରଜ୍ଞା ପାରମିତା ଦାସ ପ୍ରମୁଖ ଶ୍ରମଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡା. ଦିପ୍ତିମୟୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *