ଭୁବନେଶ୍ବର :-ନିରୁପମା ପରିଡ଼ା ଓରଫ ମିତା(୨୨) ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ତାଙ୍କ ପୁରୁଷବନ୍ଧୁ ନୟାଗଡ଼ ରଣପୁର ଥାନା ମଝିଆଖଣ୍ଡ ଗାଁର ଦେବାଶିଷ ବିଶୋଇ ଓ ଜେଲ ମଧ୍ୟ ଯାଇଛନ୍ତି। ଭରତପୁର ଥାନା ପୋଲିସ ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଓ ଖୁଲସା କରିଛନ୍ତି ହତ୍ୟାକାଣ୍ଡର ପୂରା ଘଟଣା । ନିରୁପମାଙ୍କ ଘର ରଣପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ଓ ସେ ପାତ୍ରପଡାର ସମରଜିତ୍ ଜେନାଙ୍କ ଘରେ କେୟାର ଟେକର ଭାବେ କାମ କରୁଥିଲେ। ଜାନୁଆରୀ ୨୪ରେ ସେ ସମରଜିତ ଙ୍କ ପରିବାର ଲୋକଙ୍କ ସହ ଭଞ୍ଜନଗରସ୍ଥିତ ପୈତୃକ ଗାଁକୁ ଯାଇଥିଲେ।
ତମାଣ୍ଡୋରେ ରହି ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଅଭିଯୁକ୍ତ ପ୍ରେମିକ ଦେବାଶିଷପ୍ରେମିକା ନିରୁପମାଙ୍କୁ ବାଇକରେ ବସାଇ ବାପୁଜୀନଗର ନେଇ ସେଠାରେ ଭାଇଙ୍କ ମୋବାଇଲ ସଜାଡି ରିଲ୍ କରିବାକୁ ତାପଙ୍ଗକୁ ଯାଇଥିଲେ।
ସନ୍ଧ୍ୟାରେ ସେଠାରେ ସେମାନଙ୍କ ଭିତରେ ଝଗଡା ହୋଇଥିଲା। ନିରପୁମା ଆଉ ଜଣଙ୍କ ସହ କଲ୍ ଓ ଚାର୍ଟ କରୁଥିବା ସନ୍ଦେହ
କରି ଦେବାଶିଷ ନିରୁପମା କୁ ଗାଳି କରିଥିଲେ। ପରେ ସେ ଉତ୍ତେଜିତ ହୋଇ ନିରୁପମାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହରେ ପଥର ବାନ୍ଧି ଗଛଲତା ଗୁଡାଇ ବଣୁଆ ସ୍ଥାନରେ ଫିଙ୍ଗି ଦେଇଥିଲେ।

ଜାନୁଆରୀ ୨୭ ତାରିଖରେ ପରିବାର ଲୋକଙ୍କ ସହ ଘର ମାଲିକ ସମରଜିତ୍ ଭରତପୁର ଥାନାରେ ନିଖୋଜ ଏତଲା ଦେଇଥିଲେ। ତେବେ ଅଭିଯୋଗ ଅନୁସାରେ, ପୋଲିସ ଏକ ମିସିଂ ରିପୋର୍ଟ ରୁଜୁ କରି ଚୁପ ବସିଥିଲା। ଏଥିରେ ଦେବାଶିଷଙ୍କ ହାତ ଥିବା ସନ୍ଦେହ କରି ପରିବାର ଲୋକେ ପୋଲିସ ଓ ଡିସିପିଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହେବାରୁ ପୋଲିସର ନିଦ ଭାଙ୍ଗିଥିଲା। ଶେଷରେ ଭରତପୁର ଥାନା ପୋଲିସ ତାଙ୍କୁ ଗିରଫ କରି ପଚରା ଉଚରା ପରେ ସେ ସତ ମାନିଯାଇଥିଲ। ଶୁକ୍ରବାର ପୋଲିସ କରିଥିଲା ସିନ କ୍ରିଏସନ ଦେବାଶିଷ ପୋଲିସ ଟିମ୍ ସହ ଯାଇ ସବୁ ଦେଖାଇଥିଲେ।
ପୋଲିସ ଦେବାଶିଷ ଙ୍କୁ ଗିରଫ କରିବା ସହ ନିରୁପମା ଙ୍କ ମୋବାଇଲ, ଏଟିଏମ୍ କାର୍ଡ ଓ ଭ୍ୟାନିଟି ଜବତ ସହ ସହଯୋଗୀ କାହ୍ନା କୁ ଗିରଫ କରିଛି ପୋଲିସ । ଏ କେସ ରେ ଅନେକ ଲୋକ ଙ୍କ ସଂପୃକ୍ତି ଥାଇପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ତଦନ୍ତ ଜାରି ରଖିଛି ପୋଲିସ୍ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
