ଖୋର୍ଦ୍ଧା:- ଟାଙ୍ଗୀ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରେ ଟାଙ୍ଗୀ ଓ କୁହୁଡ଼ିର ବଜରଙ୍ଗ ଦଳ କର୍ମୀମାନେ ଏକ ଗୋମାଂସ ବୋଝେଇ କଣ୍ଟେନରକୁ ଧରି ପୁଲିସକୁ ହସ୍ତାନ୍ତର ପରେ ଟାଙ୍ଗୀ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି । ଜବତ ଗାଡ଼ି ଓ ଡ୍ରାଇଭରକୁ ସେମାନେ ଟାଙ୍ଗୀ ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି

ପ୍ରଶାସନର ଶିଳତାକୁ ଲକ୍ଷ୍ୟ କରି ନିୟମିତ ଭାବେ ଗୋ-ଚାଲାଣ କରାଯାଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଗୋମାଂସ ଚାଲାଣ ଧରାପଡ଼ିଛି। ବଜରଙ୍ଗ ଦଳ କର୍ମୀମାନେ ଅକ୍ଲାନ୍ତ ପରିଶ୍ରମ କରି ଗୋ-ଚାଲାଣକାରୀଙ୍କୁ କବ୍ଜା କରି ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସୂଚନା ଯେ, ପ୍ରତିଦିନ ବିଭିନ୍ନ ଗାଡ଼ିରେ କେତେବେଳେ ଜୀବନ୍ତ ଗୋରୁ ତ କେତେବେଳେ କଟା ଗୋରୁ ମାଂସକୁ ପ୍ୟାକେଟ୍ କରି ଚାଲାଣ କରାଯାଉଥିବା କାହାରିକୁ ଅଛପା ନାହିଁ । ଏପରିକି ଜାତୀୟ ରାଜପଥରେ ଶହ ଶହ ଗାଈଗୋରୁ ଶୋଇ ରହିବାର ସୁଯୋଗ ନେଇ କେତେକ ଅସାଧୁ ଗାଡ଼ି ଚାଳକ ଜାଣିଶୁଣି ଦୁର୍ଘଟଣା ଘଟାଇ ମୃତ ଗୋରୁଗାଈଙ୍କୁ ଉଠାଇ ନେଉଥିବା ଅଭିଯୋଗ ହୋ ହେଉଛି। ଏପରିକି ରାଜରାସ୍ତାରେ ଶୋଇ ରହୁଥିବା ଜୀବନ୍ତ ଗୋରୁଗାଈଙ୍କୁ ମଧ୍ୟ କୌଶଳ କ୍ରମେ ଉଠାଇ ନିଆଯାଉଥିବା ଅଭିଯୋଗ ହେଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now