ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦରେ ବନ୍ଧୁତା ଦିବସ  ପାଳିତ

ଖୋର୍ଦ୍ଧା :- ଶ୍ୱେତପଦ୍ମା ସାହିତ୍ୟ ଓ ସେବା ସଂସଦ , ବେଗୁନିଆ ଆନୁକୂଲ୍ୟରେ ଭରସା ସେବା ଗୃହରେ ବନ୍ଧୁତା ଦିବସକୁ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ   ଶ୍ଵେତପଦ୍ମା ସାହିତ୍ୟ ସେବା ସଂସଦର ଉପ ସଭାପତି,ବରିଷ୍ଠ ସାହିତ୍ୟିକ ଓ ଗୀତିକାର ପ୍ରଦୀପ କିଶୋର ତ୍ରିପାଠୀ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ଯୋଗେଶ୍ୱର ସୁନ୍ଦରରାୟ ଓ ସମ୍ମାନିତ ଅତିଥି ଭାବେ ଶ୍ୱେତ କୁମାର ଶତପଥି ଯୋଗଦାନ କରିଥିଲେ।ପ୍ରଥମେ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ
ଶ୍ରୀକୁମାର ସାହୁ ମଙ୍ଗଳାଚରଣ ପାଠ କରିଥିଲେ। ସଂସଦର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମକୁ ଆରମ୍ଭ  କରିଥିଲେ। ତତ୍ ପରେ କବି ତଥା ପ୍ରବଚକ କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ କବିତା ପାଠ ଓ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ଓ ଏହି ସଭାରେ
ବିଜୟ ମହାନ୍ତି, ପିତାମ୍ବର ବେହେରା, ନିରୋଜ କାନ୍ତ ପ୍ରଧାନ, ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ସାହୁ, ବାସନ୍ତୀ ପ୍ରଧାନ,ସତ୍ୟଭାମା ବରାଡ଼, ରଶ୍ମି ରଞ୍ଜନ ବେହେରା,ସୋମନାଥ ସାହୁ ଇତ୍ୟାଦି ଅନେକ ସାହିତ୍ୟ ପ୍ରେମୀ, ବନ୍ଧୁ ପ୍ରେମୀ ଓ ସଭ୍ୟ ସଭ୍ୟା ତାଙ୍କ ଅଭିମତ, କବିତା ଓ ଅନୁଭୂତି ମାଧ୍ୟମରେ ବନ୍ଧୁତାର ମୂଲ୍ୟ ଉପରେ ଆଲୋକପାତ କରିଥିଲେ।ଏହି ବନ୍ଧୁତା ଦିବସ ଅବସରରେ ସାମ୍ପ୍ରଦାୟିକ ଏକତା, ସାହିତ୍ୟ ସେବା ଓ ମାନବିକ ମୂଲ୍ୟବୋଧ ଉପରେ ଗଭୀର ଚର୍ଚ୍ଚା ହୋଇଥିଲା।ଶେଷରେ ଲକ୍ଷ୍ମୀଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *