ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଖୋର୍ଦ୍ଧା :- ବୋଲଗଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମଙ୍ଗଳବାର ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି. ଏହି ମେଳାରେ ୧୮୨ଜଣ ଶିଶୁ ଭାଗ ନେଇଥିଲେ. କନିଷ୍ଠ ବର୍ଗରେ ୪୪ଟି , ଶିଶୁ ବର୍ଗରେ ୨୬ଟି, ବାଲ ବର୍ଗରେ ୨୦ଟି ଓ କିଶୋର ବର୍ଗରେ ୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା. ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କୁ ସଂକୁଳ ସ୍ତରୀୟ ମେଳାରେ ଭାଗ ନେବା ପାଇଁ ଚୟନ କରାଗଲା. ପରିଚାଳନା ସମିତିର ସଭାପତି ବାସୁଦେବ ବେହେରା ଓ ସଦସ୍ୟା ଗୀତାଞ୍ଜଳି ଦଳାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ. ପ୍ରଧାନାଚାର୍ଯ୍ୟ ବିରଞ୍ଚି କୁମାର ସାହୁ ସଂଯୋଜନା କରିଥିଲେ. ସଭାପତି ଗାନ୍ଧୀକୁମାର ସାହୁ ସମ୍ପାଦକ ରାମଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ. ପରିଶେଷରେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *