ଖୋର୍ଦ୍ଧା:- ବୋଲଗଡ଼ ବ୍ଲକ ପିଚୁକୁଳି ଠାରେ ସିପିଆଇ ବେଗୁନିଆ ଜୋନର ଦଶମ ସମ୍ମିଳନୀ ଲକ୍ଷ୍ମଣ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସିପିଆଇ ପାର୍ଟି ପତାକା କୁ ଜୋନ ସମ୍ପାଦକ ବିଜୟ କୁମାର ଗୁମାନସିଂହ ଉତ୍ତୋଳନ କରିଥିଲେ l ଲକ୍ଷ୍ମଣ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ନେତା ଲୋଚନ ଭଞ୍ଜଙ୍କ ବିୟୋଗ ରେ ଏକ ଶୋକ ପ୍ରସ୍ତାବ ପାରିତ ହୋଇଥିଲା l ସହ ସମ୍ପାଦକ ବସନ୍ତ କୁମାର ସେଠୀ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ l ବରିଷ୍ଠ ନେତା ବସନ୍ତ କୁମାର ପାଇକରାୟ ଙ୍କ ପ୍ରସ୍ତାବ ରେ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇ ବାମପନ୍ଥୀ ଗଣତନ୍ତ୍ରିକ ଶକ୍ତିମାନଙ୍କୁ ଏକତ୍ରିତ କରିବା,ଚାଷୀ ମୁଲିଆ ଓ ଯୁବକ ମାନଙ୍କର ସମସ୍ୟାର ସମାଧାନ ଏବଂ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦ ଆଦି ବିଷୟରେ ବ୍ୟାପକ ଗଣଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଆଗାମୀ ବର୍ଷ ପାଇଁ ବିଜୟ କୁମାର ଗୁମାନସିଂହ ଜୋନ ସମ୍ପାଦକ, ବସନ୍ତ କୁମାର ସେଠୀ ସହ ସମ୍ପାଦକ ଏବଂ ଏଗାର ଜଣିଆ ଜୋନ କମିଟି ମନୋନୀତ୍ୱ କରାଯାଇଥିଲା l ଏହି ସମ୍ମିଳନୀ ରେ ଅଜୟ କୁମାର ମଙ୍ଗରାଜ, ଧନେଶ୍ୱର ମାର୍ଥା,ବୁଧଦେବ ବେହେରା,ରମାକାନ୍ତ ମହାରଣା, ପୁର୍ଣଚନ୍ଦ୍ର ମହାପାତ୍ର,ପଦ୍ମପାତ୍ର ଓ ରୀନାସେଠି ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now