ଖୋର୍ଦ୍ଧା : -ବେଗୁନିଆ ବ୍ଲକ ଦୁର୍ଗାପୁର ପଂଚାୟତ ଅନ୍ତର୍ଗତ ଗୁଡ଼ୁମ ଗ୍ରାମସ୍ଥିତ ବ୍ୟାଙ୍କ ଅଫ ବରୋଦାର ୧୧୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏଥିରେ ଶାଖା ପରିଚାଳକ ରାଜେଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଡେପୁଟି ରିଜିଓନାଲ ମ୍ୟାନେଜର ରାଜୀବ ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ଗୋଷ୍ଠୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଋଣ ବିତରଣ କରିବା ସହ ବ୍ୟାଙ୍କରେ ଉପଲବ୍ଧ ସୁବିଧା ଉପରେ ମତ ପ୍ରକାଶ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା କ୍ୟାମ୍ପ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୨ ଜଣ, ପ୍ରଧାନମନ୍ତ୍ରୀ ଜୀବନ ଯୋତି ବୀମା ଯୋଜନାରେ ୧୫ ଜଣ ଓ ଅଟଳ ପେନସନ ଯୋଜନାରେ ୪ ଜଣ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା । ତତ୍ ସହିତ ଗଜପତି ବୀରକିଶ୍ୱର ଦେବ ସରକାରୀ ଉପ୍ରା ବିଦ୍ୟାଳୟର ଲାଇବ୍ରେରୀ ପାଇଁ ବ୍ୟାଙ୍କ ଦ୍ୱାରା ଆଲମିରା ପ୍ରଦାନ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now