ବେଗୁନିଆ: – ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀବିଶିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଓ ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ବେଗୁନିଆ ତରଫରୁ ବେଗୁନିଆ ବ୍ଲକ୍ ଛକ ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଜଳାଇ ଏକ ମହମବତୀ ଶୋଭାଯାତ୍ରା ମାଧ୍ୟମ ରେ ପ୍ରତିବାଦ କରାଯାଇଥିଲା ।
ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ନେତୃତ୍ୱରେ ବିଜେଡି ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ଛାତ୍ର ଓ ଯୁବ ଓ ଯୁବ ଜନତା ତା ଦଳର କର୍ମୀମାନଙ୍କ ସହିତ ବେଗୁନିଆ ବୋଲଗଡ ର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମ ସଫଳ ରୂପାୟନ କରିବାରେ ବେଗୁନିଆ ସରପଞ୍ଚ ତଥା ଖୋରଧା ଜିଲ୍ଲା ଉପ ସଭାପତି ସତ୍ୟନାରାୟଣ ପ୍ରଧାନ, ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ମାନସ ରଞ୍ଜନ ବିଶ୍ଵାଳ, ପରମାନନ୍ଦ ସାହୁ, ପ୍ରେମାନନ୍ଦ ମହାନ୍ତି, ମଳୟ ରଞ୍ଜନ ପଣ୍ଡା, ବିଜେଡି ଜିଲ୍ଲା ଛାତ୍ର ସଭାପତି ସ୍ଵାଧୀନ ପଣ୍ଡା, ଛାତ୍ର ନେତା ବିଜୟାନନ୍ଦ ମହାପାତ୍ର, ବିଜୁ ମହିଳା ଜନତା ଦଳ ର ସାଧାରଣ ସମ୍ପାଦକ ଗୀତାଞ୍ଜଳି ସୁବୁଦ୍ଧି ଙ୍କ ସମେତ ବେଗୁନିଆ ଓ ବିଭିନ୍ନ ପଞ୍ଚାୟତ ର ନେତୃମଣ୍ଡଳୀ ସମେତ ବହୁ ଯୁବ ଛାତ୍ର ମହିଳା ପ୍ରମୁଖ ଯୋଗଦାନ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
