ଖୋରଧା ;- ଶ୍ରୀ ଚୈତନ୍ଯ ରିସର୍ଚ୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ସମସ୍ତ ଙ୍କର ମୂଳ ଗୁରୁ ଶ୍ରୀବ୍ୟାସଦେବଙ୍କ ଜନ୍ମ ଉସ୍ଥବ ଗୁରୁ ପୂର୍ଣ୍ଣିମା ଓ ସନାତନ ଗୋସ୍ୱାମୀ ଙ୍କ ତିରୋଭାବ ପାଳନ ଅବସରରେ ଶ୍ରୀକୃଷ୍ଣ ଙ୍କ ଠାରୁ ଆରମ୍ଭ କରି ବର୍ତମାନ ଗୁରୁଙ୍କ ପର୍ୟନ୍ତ ଆଲେଖ୍ୟ ରେ ପୂଜା ଆରତି କରାଯାଇ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା।ପଣ୍ଡିତ ଗୋପବନ୍ଧୁ ପଣ୍ଡା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀବ୍ୟାସଦେବଙ୍କ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଏଥିରେ ଶ୍ରୀ ବୋଧାୟନ୍ ମହାରାଜ,ବ୍ରଜ ବାବା,ଅନନ୍ତ ହରି ବାବା,ଜଗଦୀଶ ପ୍ରସାଦ ପଟ୍ଟନାୟକ,ବନ୍ଦୀତା ପଟ୍ଟନାୟକ ,କାଦମ୍ବିନୀ ସାମନ୍ତରାୟ,ଶକ୍ତି ରଞ୍ଜନ ମତଗଜ,ପ୍ରଭୁପଦ ପଟନାୟକ,ଯୋଗେଶ୍ଵର ସିଂହ ,ଗଗନ ବିହାରୀ ପୃସ୍ଟି,ପୁଷ୍ପଲତା ସାହୂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶ୍ରୀ ଦୁର୍ଗା ଚାରଣ ନାୟକ ଙ୍କ ଇଂରାଜୀ ରେ ଅନୁଦିତ ଶ୍ରୀ ରାୟ ରାମାନନ୍ଦ ଙ୍କ ବୀରଚିତ ଗୌର ଜନ୍ମ “ଆଡ଼ଭେଣ୍ଟ ଅଫ୍ ଶ୍ରୀଗୌର ହରି”ପୂସ୍ତିକା ଉନ୍ମୋଚନ ଓ ଲୋକାର୍ପିତ ହୋଇଥିଲା।ଶେଷରେ ଶ୍ରୀ ଗୌର ବିହିତ ସଙ୍କୀର୍ତ୍ତନ
ହୋଇଥିଲା।ଆଜି ଠାରୁ ଶ୍ରୀ ଭାଗବତ ସପ୍ତାହ ପାରାୟଣ ଆରମ୍ଭ ହୋଇ ସନ୍ଧ୍ୟାରେ ଭୁବନେଶ୍ବର ର ତ୍ରିଦଣ୍ଡି ସ୍ଵାମୀ ଶ୍ରୀ ସଚିଦାନନ୍ଦ ମହାରାଜ ପ୍ରବଚନ ଦେଉଛନ୍ତି।କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାୟକ ସଂଯୋଜନା କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now