ଖୋର୍ଦ୍ଧା ମହୋତ୍ସବ ରେ ନାରୀ ଅସୁରକ୍ଷିତ :ପୋଲିସ ପାଖରେ ଅଭିଯୋଗ କରିବା ପାଇଁ ପରାମର୍ଶ

ଖୋର୍ଦ୍ଧା,(୨୨/୧୨);-  ଖୋରଧା ଟି ଏଲ ସି ରୋଡ ନିକଟସ୍ଥ ବିଡିଏ ପଡିଆ ରେ ଅନୁଷ୍ଠିତ ହେଉଥିବା ଖୋରଧା ମହୋତ୍ସବ ରେ ନାରୀ ଅସୁରକ୍ଷିତ ।ମହୋତ୍ସବରେ ମିଳୁନି ନାରୀଙ୍କୁ ସମ୍ମାନ ।ବାଉଁସର୍ ଲଗାଇ କରା ଯାଉଛି ନାରୀଙ୍କୁ ଅସମ୍ମାନ ।ପୁରୁଷ ବାଉଁସର୍ ମହିଳା ଦର୍ଶକ ଓ ମହିଳା କଳାକାରଙ୍କୁ ଚେୟାର ରୁ ଜୋର୍ ଜବରଦସ୍ତ ଉଠେଇଦେବା ସହିତ ଧକ୍କା ବେକିଆ ମାରିଥିବା ନେଇ ଆସିଛି ଅଭିଯୋଗ।



ସୂଚନା ଅନୁସାରେ, ଗତ ୨୦ତାରିଖ (ଶନିବାର) ଦିନ ଖୋର୍ଦ୍ଧା କୋଣାର୍କ ନଗର ଅଞ୍ଚଳର ଗୌରୀ ସାଂସ୍କୃତିକ ପ୍ରତିଷ୍ଠାନର କିଛି କୁନି କୁନି କଳାକାର ଏବଂ କିଛି ମହିଳା କଳାକାର ମାନଙ୍କୁ ମହୋତ୍ସବ ମଞ୍ଚରେ କଳା ପ୍ରଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଥିଲା , କିନ୍ତୁ ସେଠାରେ ଦୀର୍ଘ ୬ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କୁ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିନଥିଲା। ଏହାକୁ ନେଇ ସାଂସ୍କୃତିକ ପ୍ରତିଷ୍ଠାନର କର୍ମକର୍ତ୍ତା ମଂଚ ପରିଚାଳନାରେ ଥିବା ମହୋତ୍ସବ କମିଟିର ସଦସ୍ୟ ଙ୍କୁ ପଚାରିବାରେ ସେଠାରେ ନିୟୋଜିତ କିଛି ସଦସ୍ୟ ଓ ବାଉଁସର ଭାବେ ନିୟୋଜିତ ହୋଇଥିବା କିଛି କଳା ସାର୍ଟ ପିନ୍ଧା ବ୍ୟକ୍ତି ଅନୁଷ୍ଠାନର କୁନି କୁନି କଳାକାର ଏବଂ ଅଭିଭାବକମାନଙ୍କ ସହ  ଅନୁଷ୍ଠାନର ପ୍ରତିଷ୍ଠାତାଙ୍କୁ ସର୍ବ ସମ୍ମୁଖରେ ଧକ୍କା ବେକିଆ ମାରିବା ସହିତ ଅପଶବ୍ଦ ପ୍ରୟୋଗ କରି କଳା ପ୍ରଦର୍ଶନ କରିବାକୁ ବାରଣ କରିଥଲେ ।

Advertisement



ଯାହାକୁ ବିରୋଧ କରି ମର୍ଯ୍ୟାଦାହାନି ହୋଇଥିବା ଅଭିଯୋଗ ନେଇ ଗୌରୀ ସାଂସ୍କୃତିକ ପ୍ରତିଷ୍ଠାନର କର୍ମକର୍ତ୍ତା ଏବଂ ନୃତ୍ୟ ପରିବେଷଣ କରିବାକୁ ଯାଇଥିବା କୁନିକୁନି ପିଲାଙ୍କ ଅଭିଭାବକ ମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶପ୍ରତାପ ଚନ୍ଦ୍ର ବେଉରାଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିଲେ ।



ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିଯୋଗ ପତ୍ରକୁ ଗ୍ରହଣ କରିଥିବା ବେଳେ ,  ଏହା ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ ଘଟଣା ବୋଲି ସ୍ଵୀକାର କରିଥିବା ସହ ଖୋର୍ଦ୍ଧା ମହୋତ୍ସବ ଏକ ବେସରକାରୀ ଅନୁଷ୍ଠାନ, ଏଣୁ ଏହି ଅପବ୍ୟବହାର ସଂପର୍କରେ ଅନୁଷ୍ଠାନ ର ମୁଖ୍ୟଙ୍କୁ ଜଣାଇବାର ଆବଶ୍ୟକତା ରହିଛି, ନଚେତ୍ ଏହା ଏକ ଅପରାଧିକ କାର୍ଯ୍ୟକଳାପ, ତେଣୁ ଆପଣ ମାନେ ପୋଲିସ ପାଖରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିବା ବେଳେ ସେମାନଙ୍କ ଅଭିଯୋଗକୁ ଗୁରୁତ୍ତ୍ଵ ଦେଇ ଅଭିଯୋଗ ପତ୍ରକୁ ଡାକ ମାଧ୍ୟମରେ ପ୍ରେରଣ କରିଥିବା ଜଣା ପଡିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *