ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଦେଖି ଜିଲ୍ଲାପାଳଙ୍କୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ
ତ୍ୱରିତ ନ୍ୟାୟ ପାଇବାକୁ ଆଶାବାଦୀ ଅଛନ୍ତି ସିଆଳିଆ ବ୍ରହ୍ମପୁରା ବାସିନ୍ଦା
ଖୋର୍ଦ୍ଧା,(୦୫/୧୨):- ଖୋର୍ଦ୍ଧା ସଦର ଥାନା ସିଅ।ଳିଅ। ବ୍ରହ୍ମପୁରା ଗ୍ରାମରେ ଖଣି ଖାଦାନକୁ ନେଇ ଦେଖା ଦେଇଛି ଘୋର ଅସନ୍ତୋଷ । ପ୍ରଶାସନ ର ନାକ ତଳେ ଚାଲିଛି ମାଫିଆ ରାଜ। ଖୁବ୍ ନିକଟରେ ଗାଁ, ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ ଓ ରାସ୍ତା ରହିଛି ।

କିଛିଦିନ ହେବ ସେହି ଅଞ୍ଚଳରେ ଏକ କୁଅ।ରୀ ନିଲାମ ଦେବା ସହିତ ଜିଲ୍ଲା ପ୍ରଶାସନ ବ୍ଲାଷ୍ଟିଙ୍ଗ କରିବାକୁ ଅନୁମତି ପ୍ରଦାନ କରିଛି । କେମିତି ଦେଲା ପ୍ରଶାସନ ଅନୁମତି ସେ ନେଇ ଉଠିଛି ପ୍ରଶ୍ନ ? ଅନୁମତି ପାଇବା ପରେ ନିଲାମଧାରୀ ତୁରନ୍ତ ସାଇନ ବୋର୍ଡ ଲଗାଇ ବ୍ଲାଷ୍ଟିଙ୍ଗ ଅ।ରମ୍ଭ କରିଛି ।

ପ୍ରଥମ ବ୍ଲାଷ୍ଟିଙ୍ଗ ପରେ ଏହାକୁ ବନ୍ଦ କରିବାକୁ ସଦର ଥାନାରେ ବ୍ରହ୍ମପୁରା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହାକୁ ଖାତିର ନକରି ପୁଣି ହୋଇଥିବା ବ୍ଲାଷ୍ଟିଙ୍ଗ ରେ ଗ୍ରାମବାସୀଙ୍କ ଘରେ ସୃଷ୍ଟି ହୋଇଛି ଫାଟ ।ସେହି ସବୁ କଥା ନେଇ ଗ୍ରାମବାସୀ ମାନେ ଏକାଠି ହୋଇ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଚାଲିଥିବା ମିଳିତ ଜନଶୁଣାଣୀ ରେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଏହାକୁ ଗୁରୁତର ସହିତ ନେଇ ଆର. ଆଇ ଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କହିବା ସହିତ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ କୁ ତୁରନ୍ତ ଘଟଣା ସ୍ଥଳକୁ ପଠାଇଛନ୍ତି।

ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଦେଖି ବ୍ରହ୍ମପୁରା ବାସିନ୍ଦା ଖୁସି ହୋଇ ଜିଲାପାଳଙ୍କୁ ପ୍ରଶଂସା କରିବା ସହ ତ୍ୱରିତ ନ୍ୟାୟ ପାଇବାକୁ ଅପେକ୍ଷା କରି ବସିଛନ୍ତି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
