ବୋଲଗଡ଼ ଥାନାରେ ଯୋଗଦେଲେ ନୂତନ ଅଧିକାରୀ

ଖୋର୍ଦ୍ଧା,: – ବୋଲଗଡ଼ ଥାନାର ନୂତନ ଥାନା ଅଧିକାରୀ ଭାବେ ସୁକାନ୍ତ ଦଳେଇ ଦାୟିତ୍ଵ ଗ ଗ୍ରହଣ କରିଛନ୍ତି। ଥାନା ଅଧିକାରୀ ଶ୍ରୀ ଦଳେଇ ଖୋର୍ଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଅପରାଧ ଓ ସାଇବର ୟୁନିଟରେ କାର୍ଯ୍ୟରତ ଥିଲେ। ଏଠାକୁ  ବଦଳି ହୋଇ ଆସିଛନ୍ତି। ଏଠାରେ ପୂର୍ବରୁ ବୋଲଗଡ଼ ଥାନା ଅଧିକାରୀ ଥିବା ଆଇଆଇସି ସ୍ନିଗ୍ଧାମୟୀ ବରାଳ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି। ପୁଲିସ ଜନତାର ବନ୍ଧୁ, ଜନସାଧାରଣଙ୍କୁ ଶୃଙ୍ଖଳିତ ସେବା ଯୋଗାଇବା ସହିତ ସର୍ବସାଧାରଣଙ୍କୁ ସୁରକ୍ଷା  ଦେବା ଓ ବେଆଇନ ନିଶା ଦ୍ରବ୍ୟ କାରବାର ଓ ବେଆଇନ ଗୋଚାଲାଣ ଣ ବନ୍ଦ କରିବା,  ଆଇନ ଶୃଙ୍ଖଳା ଆଦି ରକ୍ଷା କରିବା ପାଇଁ ପୁଲିସର ଭୂମିକା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ନୂତନ ଥାନାଧିକାରୀ ଶ୍ରୀ ଦଳେଇ କହିଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *