ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଙ୍କ ବଦଳି ଦାବି

ଖୋର୍ଦ୍ଧା,(୦୧/୧୨):- କାଇପଦର ଗ୍ରାମପଞ୍ଚାୟତର ସରପଞ୍ଚ ନଳିନୀ ଅରିସଲ  , ନାଏବ ସରପଞ୍ଚ ସୌମ୍ୟରଞ୍ଜନ ସ୍ୱାଇଁ ଓ ୱାର୍ଡ ସଭ୍ୟ ମାନେ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର ଙ୍କ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଏହି ଅଭିଯୋଗ ଟି ଆଜି ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ ପ୍ରକୋଷ୍ଠ ରେ ଦାଖଲ କରିଛନ୍ତି ।



ସୂଚନା ଅନୁସାରେ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଅନ୍ତୋଦୟ ଗୃହ ଯୋଜନାରେ ଘର କରେଇ ଦେବା ନାଁରେ ୱାର୍ଡ ନମ୍ବର ୧୦ ର ୱାର୍ଡମେମ୍ଵର ଙ୍କ ସହ ମିଶି ପ୍ରତି ହିତାକାରୀମାନଙ୍କ ଠାରୁ ୧୦,୦୦୦ ଲାଞ୍ଚ ଦାବି କରିବା, ମୃତ ଭତ୍ତା ହିତାଧିକାରୀଙ୍କ ଭତ୍ତା ଟଙ୍କା ହଡ଼ପ କରିବା, ପଞ୍ଚାୟତର ସରିଥିବା ଉନ୍ନତି ମୂଳକ କାର୍ଯ୍ୟର ବିଲ୍ କରିବା ରେ ଅହେତୁକ ବିଳମ୍ବ କରିବା, ହରିଶ୍ଚନ୍ଦ୍ର ଯୋଜନାରେ ରେ ହିତାଧୁକାରୀମାନଙ୍କୁ ବର୍ଷେ ହେବ ଟଙ୍କା ନ ଦେବା ,ପଞ୍ଚାୟତ କର୍ମଚାରୀଙ୍କ  ଦରମା ଠିକ୍ ସମୟରେ ନ ଦେବା, ପଞ୍ଚାୟତକୁ ଠିକ୍ ରେ ନ ଆସିବା ଆଦି ଯୋଗୁ  ୱାର୍ଡମେମ୍ୱର ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ଅଞ୍ଚଳ ବାସି ଙ୍କୁ ଠିକ୍ ରେ ସେବା ଦେଇ ପରୁ ନାହାନ୍ତି ଓ ପଞ୍ଚାୟତ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ନୂତନ ନିର୍ବାହୀ ଅଧିକାରୀ ଦେବାକୁ ଜିଲ୍ଲା ପ୍ରଶାସନ ନିକଟ ରେ ଦାବି କରିଛନ୍ତି କାଇପଦର୍ ର ନିର୍ବାଚିତ ପ୍ରତିନିଧି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *