ଖୋର୍ଦ୍ଧା:-(ଶୁଭ ଖବର)ବରଷକେ ଥରେ ଆସିଛି ରଜ । ରଜ ଆସିଲେ ପିଲାଠୁ ବୁଢ଼ା ସମସ୍ତେ ପାନ ଖଣ୍ଡେ ଖାଇବାକୁ ଆଗ୍ରହ କରିଥାନ୍ତି । ଏହି ରଜ ପାନ ପାଇଁ ଖୋର୍ଦ୍ଧା ସାରୂଅ ବଜାର ପ୍ରସିଦ୍ଧ । ମିଠା ପତ୍ର ସାଙ୍ଗକୁ ବିଭିନ୍ନ ପ୍ରକାର ମସଲା ରେ ରଜ ପାନ ପାଟି କୁ ସ୍ୱାଦ ଭରି ଦେଇଥାଏ । ମିଠା ପତ୍ର ରେ ଚୁଆ ଚନ୍ଦନ ମାରି ଗୋଟିକ ପରେ ଗୋଟିଏ ପ୍ରକାର ବିଭିନ୍ନ ରଙ୍ଗ ର ମସଲା ଦେଇ ପାନ ଭାଙ୍ଗି ଗରାଖ ଙ୍କୁ ବଢେଇ ଦିଅନ୍ତି ଖୋର୍ଦ୍ଧା ସାରୁଅ ବଜାର ପାନ ଦୋକାନି । ରଜ ପର୍ବ ରେ ସ୍ପେଶାଲ୍ ରଜ ପାନ ଷ୍ଟଲ ଖୋଲିବାକୁ କଲିକତା ବଜାର ରୁ ମିଠା ପତ୍ର ପାନ ଏବଂ ବିଭିନ୍ନ ମସଲା ଆଣିଥାନ୍ତି । ୧୦ଟଙ୍କାରୁ ଆରମ୍ୱ କରି ୩୦୦ଟଙ୍କା ପର୍ଯ୍ୟନ୍ତ ପାନ ମିଳିଥାଏ ।

ପ୍ରକାଶଥାଉକି, ଆମ ସଂସ୍କୃତି ପରମ୍ପରା ବିଶ୍ୱରେ ନିଆରା । ଏଠାରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ଏହାରି ଭିତରେ ରଜପର୍ବ ନିଆରା । ଉକôଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ । ଗାଁଠାରୁ ସହର ଯାଏଁ ସବୁଠି ଲାଗି ରୁହେ ରଜରେ ମିଠା,ପିଠାର ଅନୁଭୂତି । ଝିଅବୋହୂ ମିଳିତ ହୋଇ ପିଠାପଣା ଓ ରଜ ପାନ ଖାଇ ବିଭିନ୍ନ ପଲ୍ଲୀଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି । ତେବେ ରଜ ଅବସରରେ ଏବେ ପାନର ଚାହିଦା ବଢ଼ିବାରେ ଲାଗିଛି । ରଜ ପାନର ସ୍ୱତନ୍ତ୍ରତା ରହୁଛି । ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି । ପୂର୍ବେ ଘରେ, ଖଟିରେ ପାନ କେବଳ ଭଙ୍ଗାଯାଉଥିଲା ।

ଏବେ ରଜ ଆସିଲେ ଖୋର୍ଦ୍ଧା ନିକଟ ସାରୁଅ ବଜାରରେ ପ୍ରାୟ ୨୫ ବର୍ଷ ଧରି ରଜପାନର ପସରା ପଡୁଛି । ରଜ ପର୍ବ ରେ ପାନ ଖଣ୍ଡେ ଖାଇବାକୁ ସମସ୍ତେ ଅଟକି ରହନ୍ତି ଏହିଠାରେ । ନିଜ ପାଇ ହେଉ ନିଜ ପରିବାର ପାଇଁ ରଜ ପାନ ନିଅନ୍ତି । ସାରୁଅ ବଜାରରେ ପ୍ରାୟ ୨୫ ବର୍ଷ ଧରି ଏହି ବଜାର ଦେଇ ଗଲାବେଳେ ସମସ୍ତଙ୍କ ଗାଡି ଅଟକିଯାଏ ପାନ ଖଣ୍ଡେ ପାଇଁ । ରଜ ବଜାରରେ ଏଠାରେ ମିଠା ପାନର ଚାହିଦା ଅଧିକ । ଚଳିତ ବର୍ଷ ସାରୁଅ ବଜାରରେ ପ୍ରାୟ ୧୮ରୁ ଉଦ୍ଧ୍ୱର୍ ରଜପାନ ଦୋକାନ ଖୋଲିଛି । ଦୋକାନୀ ନିଜ ଦୋକାନୀକୁ ସଜାଇଛନ୍ତି । ଦୋକାନ ଆଗରେ ସଜେଇ ହୋଇ ରହିଛି ପ୍ରାୟ ୬୦/୭୦ ପ୍ରକାର ମସଲା । କଲକତାରୁ ମିଠା ପତ୍ର , ମସଲା ଆସିଥାଏ । ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଗୁଆ, ପାତି ଗୁଆ, ଛୁଂଚି ଗୁଆ, ପ୍ରସାଦ, ଲବଙ୍ଗ, ଗୁଜୁରାତି, ହୀରାମୋତି ପକାଇ ପାନ ଭଙ୍ଗାଯାଇଥାଏ । ପାନ ଭାଙ୍ଗିଲାବେଳେ ବିଭିନ୍ନ ଆକୃତିର ସଜା ଯାଇଥାଏ । ଲବଙ୍ଗ ପାନ, ତି୍ରଭୁଜ ପାନ, ପୋଡ ପିଠା ପାନ, ଫାୟାର ପାନ, ପରି ଆହୁରି କେତେ ପ୍ରକାର ପାନ ମିଳିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ବିଭିନ୍ନ ପାନର ସ୍ୱାଦ ଅଲଗା ଅଲଗା ଲାଗିଥାଏ ।ସାରୁଅ ବଜାରର ରଜ ପାନ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ବାଙ୍କୀ, ଫୁଲବାଣୀ , ରାଉରକେଲା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସାରୁଅ ବଜାର ପାନର ଚାହିଦା ରହିଛି । ସାରୁଅ ବଜାର ପ୍ରତ୍ୟେକ ଦୋକାନ ସୁବାସିତ ମିଠା ପତ୍ର ପାନ , ରଜ ସ୍ପେଶାଲ ପାନରେ ଅଂଚଳ ବାସୁଥାଏ । ଦୋକାନୀର ହାତକୁ ମଧ୍ୟ ଫୁରସତ ନ ଥାଏ । ଚାହିଦା ମୁତାବକ ପାନ ଭାଙ୍ଗି ଗ୍ରାହକଙ୍କ ହାତକୁ ବଢାଇଲା ବେଳେ ମୁହଁରେ ହସ ସ୍ପଷ୍ଟ ବାରି ହୋଇପଡେ । ପାନର ମୂଲ୍ୟ ମଧ୍ୟ ସେମିତି ବେଶି ନୁହେଁ ।

ମୂଲ୍ୟ ୧୦ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସବୁ ଲୋକ ଘରେ ରଜରେ ପାନ ଖଣ୍ଡେ ଖଣ୍ଡେ ଖାଆନ୍ତି ଓ ଖୁଆଇଥାନ୍ତି । ପୋଡପିଠାର ଯେତିକି ଚାହିଦା, ରଜ ପାନର ମଧ୍ୟ ସେତିକି ଚାହିଦା ଥାଏ । ଜାତି , ଧର୍ମ, ବର୍ଣ୍ଣ ନିର୍ବଶେଷରେ ସମସ୍ତେ ଏହି ରଜ ପର୍ବରେ ପାନ ଖଣ୍ଡେ ଖୁଆଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି । ପ୍ରତିବର୍ଷ ଏହି ଚାରିଦିନକୁ ସାରୁଅ ବଜାରର ଏହି ପାନ ଦୋକାନୀ ଚାହିଁ ରହିଥାନ୍ତି । ରଜ ଆସିଲେ ଭଲ ବ୍ୟବସାୟ ହେବ । ପ୍ରତି ଦୋକାନୀ ନିଜ ନିଜର ବ୍ୟବସାୟକୁ ନେଇ ୧୦ ହଜାରରୁ ପ୍ରାୟ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବେପାର କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଅଧିକ ବେପାରର ଲକ୍ଷ୍ୟ ରଖି ସାରୁଅ ବଜାରର ପାନ ଦୋକାନୀମାନେ ଆଶା ରଖିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
