ଜାଲରେ ପଡ଼ିଲା ମାଛ : ମାଛ ର ଦାମ୍ କୋଟିଏ ଟଙ୍କା

ବାଲେଶ୍ଵର :- ବାଲେଶ୍ଵରରୁ ଧରା ଯାଇଛି 90 ଟି ତେଲିଆ ମାଛ ।ଏହି ମାଛର ଦାମ୍ କୋଟିଏ ଟଙ୍କା ।କିଣି ନେଇଛି କୋଲକତାର ଏକ ଔଷଧ କମ୍ପାନୀ ।ତେଲିଆ ମାଛ ବହୁତ୍ ବିରଳ, ମହଙ୍ଗା ।ଇଂରାଜୀରେ ଏହାକୁ Ghol fish କୁହାଯାଏ ।ବୈଜ୍ଞାନିକ ନାମ Protonibea diacanthus
ମହଙ୍ଗା ସାମୁଦ୍ରିକ ମାଛ ମଧ୍ୟରୁ ଏହା ଅନ୍ୟତମ ମହଙ୍ଗା ମାଛ

କାହିଁକି ଏତେ ମହଙ୍ଗା?
ଏହି ମାଛ ଇଣ୍ଡୋ-ପ୍ୟାସିଫିକ ସମୁଦ୍ରରେ ମିଳେ। କିନ୍ତୁ ଏହାର ସଂଖ୍ୟା ବହୁତ କମ୍ ।
ଓଡ଼ିଶାର ପାରାଦୀପ୍, ମହାରାଷ୍ଟ୍ର ଓ ଗୁଜରାଟରେ ଦୈବାତ ଧରାଯାଏ। ଏହାର ବଡ଼ ଆକାରର ମାଛ ଆହୁରି ଦୁର୍ଲଭ।

ଔଷଧୀୟ ମହତ୍ତ୍ୱ: ଏହାର ମାଂସରେ ଓମେଗା-୩, ଆଇଓଡିନ୍, ଆଇରନ୍ ଆଦି ପୋଷକ ରହିଛି। କିନ୍ତୁ ସବୁଠାରୁ ମୂଲ୍ୟବାନ ହେଉଛି ଏହାର ସ୍ୱିମ୍ ବ୍ଲାଡର (ପେଟରେ ଥିବା ପୋଷ୍ଟା), ଯାହାକୁ ଚୀନ୍, ଜାପାନ୍ ଆଦିରେ ଔଷଧ ଓ ସୁପରେ ବ୍ୟବହାର କରାଯାଏ । ଏହାର ୫୦,୦୦୦/କେଜି ପର୍ଯ୍ୟନ୍ତ ପହଞ୍ଚିଯାଏ।
2023ରେ  ପାରାଦୀପରେ ୩୧୫ କେଜି Ghol ମାଛ  ୧୯.୫୦ ଲକ୍ଷ ଟଙ୍କାରେ  ବିକ୍ରୀ ହୋଇଥିଲା।
ପୂର୍ବରୁ ଏକାଧିକ ମାଛରୁ ୧.୩୩ କୋଟି ଟଙ୍କା ମିଳିଥିଲା।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *