ଶରତ ରାସ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା,(୨୮/୯): -ବେଗୁନିଆ ବ୍ଲକ ସିମୋର ପଂଚାୟତ ଗଁପୁର ଗ୍ରାମର ଆରାଧ୍ୟ ଦେବତା ବାବା ସୋମନାଥ ଦେବଙ୍କ ପୀଠରେ ରବିବାର ଦିନ ଅପରାହ୍ନରେ ଶରତ ରାସ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ଏଥିରେ ଶିକ୍ଷାବିତ ହରିବନ୍ଧୁ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଶିକ୍ଷାବିତ ଶରତ କୁମାର ଦାଶଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା,ସରପଞ୍ଚ ହାଡୁବନ୍ଧୁ ମହାପାତ୍ର , ଗ୍ରାମ୍ୟ କମିଟି ସଭାପତି ନୀଳମଣି ପ୍ରଧାନ,ମଲିପଦର୍ ଆମ ଗାଁ ମହୋତ୍ସବ ସମ୍ପାଦକ ଡ଼ଃ ଶିଶିର କୁମାର ଆଚାର୍ଯ୍ୟ, ଉପଦେଷ୍ଟା ପରେଶ୍ କୁମାର ଜଗଦେବ,ସମ୍ପାଦକ ଦିବ୍ୟସିଂହ ରଣା,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ସମାଜସେବୀ ବ୍ରଜବନ୍ଧୁ ପଣ୍ଡା, ଦାଶରଥି ମହାପାତ୍ର, ପ୍ରଦୀପ କୁମାର ବଡଜେନା, କାହ୍ନୁ ଚରଣ ସାହୁ,ରାଜୀବ ରଣା, ବଳରାମ ରଣା,କାହ୍ନୁ ଚରଣ ସାହୁ ଓ ସୁଧିର କୁମାର ବଡ଼ଜେନାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିବା ପାଇଁ ମତ ଉପସ୍ଥାପନ କରିଥିଲେ ।



ଏହି ମହୋତ୍ସବଟି ନଭେମ୍ବର ୧ ରୁ ୫ ପଯ୍ୟନ୍ତ ହେବ ବୋଲି ସ୍ଥିର ହେବା ସହ ବିଧାୟକ ଶ୍ରୀ ସାହୁଙ୍କୁ ସ୍ଥାୟୀ ସଭାପତି ରୂପେ ମନୋନୀତ କରାଯାଇଥିଲା । ଶେଷରେ ସମାଜସେବୀ ଦୁର୍ଗା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *