ଭୁଲ ଇଞ୍ଜେକସନ ହେଲା କାଳ : ନେଲା କଲେଜ ଛାତ୍ରଙ୍କ ଜୀବନ

ବିନା ଶବ ବ୍ୟବଚ୍ଛେଦ ରେ ଶବ କେମିତି ହସ୍ତାନ୍ତର କଲା ଡାକ୍ତରଖାନା

୧୮ ବର୍ଷ ର ପୁଅ ମଲା ପରେ ପରିବାର ପକ୍ଷରୁ ହେଇନି ଅଭିଯୋଗ

Advertisement

ନକଲି ଡାକ୍ତରଙ୍କ ପାଇଁ ଯାଉଛି ବହୁ ଅମୂଲ୍ୟ ଜୀବନ। ନୀରବ ଦ୍ରଷ୍ଟା ସାଜିଛି ସ୍ବାସ୍ଥ୍ୟ ବିଭାଗ

ଖୋର୍ଦ୍ଧା, (୨୩/୦୯):- ଖୁଲମ୍ ଖୁଲା ଚାଲିଛି ବିନା ଲାଇସେନ୍ସ ଧାରୀ ବ୍ୟବସାୟୀଙ୍କ ଔଷଧ ଦୋକାନ ଓ ସ୍ବାସ୍ଥ୍ୟସେବା। ଅକାଳରେ ଚାଲି ଯାଉଛି ଅନେକ ମୂଲ୍ୟବାନ ଜୀବନ। ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଗାଁ ଗାଁରେ  ମାତିଛନ୍ତି ନକଲି ଡ଼ାକ୍ତର। ବିନା ଡାକ୍ତରୀ ପାଠ ପଢାରେ ଖୁଲମ ଖୁଲା କରୁଛନ୍ତି ରୋଗୀ ସେବା ପୁଣି ରୋଗୀଙ୍କୁ ଚଢ଼ା ଦାମରେ ଦେଉଛନ୍ତି ଭୁଲ ଔଷଧ ଓ ଇଞ୍ଜେକସନ।


ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ବୋଲଗଡ ଥାନା ଅଧୀନ କଳ।ଙ୍ଗ ଗ୍ରାମ ପଞ୍ଚାୟତ ଦିବ୍ୟସିଂହପୁର ( ମାଳିସାହି ) ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନ ପୁଅ ବିଷ୍ଣୁ ପ୍ରସାଦ ମହାପାତ୍ର (୧୮) ଙ୍କର ଥଣ୍ତା ଜ୍ୱର ହୋଇଥଲା। ମଙ୍ଗଳବାର ସକାଳୁ ନିକଟସ୍ଥ ବୋଲଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ  ବଡ ଭାଇଙ୍କ ସହିତ ଚିକିତ୍ସା ନିମନ୍ତେ ଆସିଥିଲେ। ବୋଲଗଡ଼ ରେ ଥିବା ଏକ ପାଥୋଲୋଜି ଲ୍ୟାବରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର ଟାଇଫଏଡ ହୋଇଥିବା ନେଇ ସେହି ପାଥୋଲ୍ୟାବ କର୍ମଚାରୀ କହିଥିଲେ ଓ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକ ନାହିଁ ମୁଁ ଔଷଧ ଇଞ୍ଜେକସନ ଦେଇ ଦେଉଛି ଖୁବ୍ ଶିଘ୍ର ଭଲ ହୋଇଯିବ ବୋଲି କହିଥିଲେ । ନିଜର ଔଷଧ ଦୋକାନରୁ ଏକ  ଇଞ୍ଜେକସନ ଆଣି ବିଷ୍ଣୁ ପ୍ରସାଦକୁ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର କିଛି ସମୟ ପରେ ମୁଣ୍ଡ ବୁଲେଇ ହେବା ସହିତ ବାନ୍ତି କରିଥିଲେ ବିଷ୍ଣୁ ପ୍ରସାଦ। ତୁରନ୍ତ ବୋଲଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର  କୁ  ଡାକ୍ତରଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟ ଦେଖାଇବା ପରେ ଗୁରୁତର ଥିବା ସୂଚନା ଦେଲେ ଡାକ୍ତର  ଓ ପରାମର୍ଶ ଦେଲେ ଖୋର୍ଦ୍ଧା ନେଲେ ଡେରି ହୋଇଯିବ ତେଣୁ ତୁମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଅ ବୋଲି ଚର୍ଚ୍ଚା ହେଉଛି । ଏନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟା ଯେ ମୃତ ବିଷ୍ଣୁ ପ୍ରାସାଦ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର +୩ ର ପ୍ରଥମ ବର୍ଷ ଛାତ୍ର ଥିଲେ। ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁକୁ ନେଇ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ମାଳିସାହି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ବିଷ୍ଣୁ ପ୍ରସାଦଙ୍କ ବାପା ରୋଗ ଶଯ୍ୟାରେ ପୀଡ଼ିତ ଅଛନ୍ତି। ତାଙ୍କ ପରିବାରକୁ ସରକାରଙ୍କ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ବୋଲଗଡ଼ ଅଞ୍ଚଳର ବୃଦ୍ଧିଜିବୀ ମହଲରେ ନକଲି ଡ଼ାକ୍ତର ଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ୍ ପ୍ରଶାସନ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିବା ସହିତ ଅଞ୍ଚଳରେ ଚାଲିଥିବା ନକଲି ଡାକ୍ତରଙ୍କ ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିବାକୁ ଦୃଢ ଦାବି ହେଉଛି ।



ସୂଚନାଯୋଗ୍ୟ ଯେ ଯଦି ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେଫର୍ କଲା ଓ ନୟାଗଡ ଜିଲ୍ଲା ଚିକିତ୍ସାଳୟ ର ଡାକ୍ତର ମୃତ୍ୟୁ ଘୋଷଣା କଲେ ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ କୁ ସୂଚନା ନଦେଇ ମୃତ ଶରୀର କୁ ବ୍ୟବଚ୍ଛେଦ ନ କରି ଛାଡ଼ିଲା କେମିତି ? ସେ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । କଣ ରହିଛି ବିଷ୍ଣୁ ପ୍ରସାଦ ମୃତ୍ୟୁ ପଛର ରହସ୍ୟ । ଶବ ବ୍ୟବଚ୍ଛେଦ ନ ହେବା ପଛର କଣ ରହିଛି କାରଣ  ?୧୮ ବର୍ଷ ର ପୁଅ ମଲା ପରେ କଣ ପାଇଁ ଥାନାରେ ଅଭିଯୋଗ କରିନାହାନ୍ତି ତାଙ୍କ ପରିବାର ? କଣ ରହିଛି ଏହା ପଛର ରହସ୍ୟ ।କେବେ ପର୍ଦ୍ଦାଫାଶ ହେବ ଏହାର ରହସ୍ୟ ? ଏ ଘଟଣା ପାଲଟିଛି  ବୋଲଗଡ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ।

ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *