ଖୋର୍ଦ୍ଧା :- ବୋଲଗଡ ବ୍ଲକ ପିଚୁକୁଳି ସ୍ଥିତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ନବ ନିର୍ମିତ ମିଶନଶକ୍ତି ଗୃହ ଓ ନୂତନ କରି ନିର୍ମାଣ ହୋଇଥିବା ପଞ୍ଚାୟତର ନୂତନ ଗେଟ୍ ର ଶୁଭ ଉଦ୍ଘାଟନ ଅବସରରେ ବିଧାୟକ ପ୍ରଦୀପ କୁମାର ସାହୁ ଓ ଅତିଥି ମାନେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଜାତୀୟ ରାଜପଥରେ ଏକ ଶୋଭାଯାତ୍ରା ମାଧ୍ୟମରେ ରେ ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ ।

ସେଠାରେ ବିଧାୟକ ଶ୍ରୀ ସାହୁ ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।ତତ୍ପରେ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଉଦ୍ଘାଟନୀ ଉତ୍ସଵ ରେ ସାମିଲ ଥିଲେ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ବ୍ଲକ ଉନୟନ ଅଧିକାରୀ ସୁମନ ସୁଦ୍ଧା କୁଣ୍ଡୁ, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ, ସମବାୟନେତା ପାବିତ୍ରମୋହନ ମାଝୀ ପିଚୁକୁଳି ସରପଞ୍ଚ ଜୟନ୍ତୀ ପ୍ରଧାନ, ସାନପଦର ସରପଞ୍ଚ ବୈକୁଣ୍ଠ ସ୍ୱାଇଁ, ପିଚୁକୁଳି ସମିତିସଭ୍ୟ ସଞ୍ଜୟ ଗୁମାନସିଂ, ୱାର୍ଡ ସଭ୍ୟ/ସଭ୍ୟା, ପଞ୍ଚାୟତ ମହିଳା ଫେଡେରେସନ ର କର୍ମକର୍ତ୍ତା, ମିଶନଶକ୍ତିର ମା ମାନେ ଏବଂ ବହୁ ଜନ ସଧାରଣ ଯୋଗଦେଇଥିଲେ।

ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ସାହୁ ଅତିଥି,ମା ମାନେ ଓ ଜନ ସାଧାରଣ ଙ୍କ ଭବ୍ୟ ଉପସ୍ଥିତି ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ

Subha Khabar is now on Whatsapp
Join and get latest news update delivered to you via whatsapp
Join Now
