ଖୋର୍ଦ୍ଧା :- ଟାଙ୍ଗୀ ଶାଖା ଡାକଘରକୁ ୧୯୫୫ ମସିହାରେ ଉପଡାକଘରର ମାନ୍ୟତା ପ୍ରଦାନ କରାଯାଇଥିଲା। ଇତି ମଧ୍ୟରେ ୭୦ବର୍ଷ ବିତି ଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ସରକାର ଓ ଡାକ ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଜରାଜୀର୍ଣ୍ଣ ଭଡା ଘରେ ନିଜ କର୍ମକୁ ଆଦରି ଲୋକଙ୍କୁ ସେବା ଯୋଗାଇ ଆସୁଛି ଏହି ଅଭିଶପ୍ତ ଉପଡାକଘର ମଙ୍ଗଳାଯୋଡି, ବଡ଼ପାରୀ, ପଟିଆ, ପାରି ଓରଡ଼ ଓ ଚଣ୍ଡେଶ୍ୱର ଇତ୍ୟାଦି ଶାଖା ଡାକଘର ଗୁଡିକ ଏହି ଟାଙ୍ଗୀ ଉପଡାକଘର ଅଧୀନରେ ରହିଛି।ଟାଙ୍ଗୀ ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ସହରାଞ୍ଚଳର ସମସ୍ତ ସୁବିଧା ସୁଯୋଗ ଏଠାରେ ଉପଲବ୍ଧ ଏଠାରେ ଥାନା, ପଞ୍ଚାୟତ ସମିତି, ତହସିଲ, ଗ୍ରାମ ନ୍ୟାୟାଳୟ, ଉପକୋଷା ଗାର,ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଅଗ୍ନିସେବାଶମ କେନ୍ଦ୍ର, ଜ଼ିଲା କୃଷି କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ, ବନ୍ୟ ବିଭାଗ, ବନ୍ୟପ୍ରାଣୀ ବିଭାଗ, ୫ଟି ବ୍ୟାଙ୍କ, ଡ଼ିଗ୍ରୀ ମହାବିଦ୍ୟାଳୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଦୁଇଟି ମାଧ୍ୟମିକ ବିଦ୍ୟାଳୟ, ଶିକ୍ଷକ ତାଲିମ ପ୍ରତିଷ୍ଠାନ, ଅବକାରୀ ଥାନା ଓ ବିଦ୍ୟୁତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ସମେତ ବହୁ ବେସରକାରୀ ପ୍ରତିଷ୍ଠାନ ଇତ୍ୟାଦି ରହିଛି।ବିଭିର୍ଣ୍ଣ ଅତ୍ୟାବଶ୍ୟକ ଜରୁରୀ ଡାକସେବା ଉପରେ ଏହି ସବୁ ଅନୁଷ୍ଠାନ ଓ ଅଂଚଳବାସୀ ଟାଙ୍ଗୀ ଉପଡାକଘର ସହିତ ସଂଶ୍ଲିଷ୍ଟ ମୋବାଇଲ ଟେଲି ସେବା ଚିଠିପତ୍ର ଆଦାନପ୍ରଦାନକୁ କେତେକାଂଶରେ ହ୍ରାସ କରିଦେଇଥିଲେ ମଧ୍ୟ ଏବେବି ବହୁ ଲୋକ ଡକାସେବାଠାରୁ ଦୂରେଇଯାଇ ନାହାଁନ୍ତି।ବିଭିର୍ଣ୍ଣ ସରକାରୀ ଦପ୍ତର ଅପେକ୍ଷା ଡାକ ସେବା ହିଁ ଏକମାତ୍ର ବିଶ୍ୱାସ ଓ ନିର୍ଭର ଯୋଗ୍ୟ ରୂପେ ସାଧାରଣ ଜନତାଙ୍କ ଆଶା ଓ ଭରସାର ପ୍ରତୀକ ହୋଇରହିଛି।କିନ୍ତୁ ଏପରି ସେବା ଯୋଗାଇ ଆସୁଥିବା ଟାଙ୍ଗୀ ଉପଡାକଘର ର ଅଭାବ ଅସୁବିଧା ଦୂର କରିବା ଦିଗରେ ସରକାର ଓ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ହେତୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏଠାରେ ଜମାକାରୀ ଓ ସ୍ଥାୟୀ ଜମାକାରୀଙ୍କ ସଂଖ୍ୟା ଅତ୍ୟଧିକ ଥିବା ସ୍ଥଳେ ସେମାନେ ଓ ରେଜିଷ୍ଟ୍ରି କରିବାକୁ ଆସୁଥିବା ଉପଭୋକ୍ତା ମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ବରିଷ୍ଠ ନାଗରିକଙ୍କ ଅବସ୍ଥା ନକହିବା ଭଲ ସେମାନଙ୍କ ପାଇଁ ବସିବାର ସୁବିଧା ନାହିଁ।ସରକାରଙ୍କର ବହୁବିଧ ସେବା ଯୋଗାଇ ଆସୁଥିବା ଏହି ଉପଡାକଘରେ ରହିଛନ୍ତି ଜଣେ ମାତ୍ର କର୍ମଚାରୀ। କାମ କରିକରି ଏକମାତ୍ର ପୋଷ୍ଟ ମାଷ୍ଟର ନାକେଦମ ହୋଇପଡୁଥିବା ଦେଖିବାକୁ ମିଳୁଛି। ଏଠାରେ ଏପିଟି ୨.୦ସଫଟ ଓୟାର ସେବା ଉପଲବ୍ଧ ଥିଲେ ମଧ୍ୟ ତାହାକୁ ପରିଚାଳନା କରିବା ପାଇଁ କର୍ମଚାରୀ ନାହାଁନ୍ତି। ଆବଶ୍ୟକ ସେବା ତୁରନ୍ତ ଯୋଗାଇ ଦେବାକୁ ପୋଷ୍ଟ ମାଷ୍ଟରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ ତାଙ୍କ ଅସହାୟତା ପ୍ରକାଶ କରୁଛନ୍ତି।ଏଥିପାଇଁ ଆପଣମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ପାରନ୍ତି ବୋଲି କହୁଛନ୍ତି।ଜଣେକର୍ମଚାରୀଙ୍କ ଦ୍ୱାରା ଏତେ କାମ କରିବା ଆଦୌଁ ସମ୍ଭବ ନୁହେଁଁ ବୋଲି ଅପେକ୍ଷାରତ ଉପଭୋକ୍ତାମାନେ ମଧ୍ୟ ଅନୁଭବ କରୁଛନ୍ତି। କୌଣସି କାମରୁ ଜଣେ ହେଲେ ହିତାଧିକାରୀଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସରକାର ଡିଣ୍ଡିମ ପିଟି ଚାଲିଥିବା ବେଳେ ଟାଙ୍ଗୀ ସବ ପୋଷ୍ଟ ଅଫିସ ଉପରେ ନିର୍ଭରଶୀଳ ହଜାର ହଜାର ଉପଭୋକ୍ତା ଯେଉଁ ପରି ହଇରାଣ ହରକତ ହେଉଛନ୍ତି।ତାହାକୁ ଦୂରୀକରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସାଧାରଣରୁ ଚେତାବନୀ ଦିଆଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
