ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା  ସଫଳ

ଖୋର୍ଦ୍ଧା :-  ବୁଧବାର ଦିନ ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ତଥା ରାଷ୍ଟ୍ର ବିରୋଧି ଏବଂ କର୍ପୋରେଟ ନୀତିକୁ ବିରୋଧ କରି ୧୦ ଟି ଟ୍ରେଡ ୟୁନିୟନ ଓ ଏହାର ସହଯୋଗୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ତେବେ ବେଗୁନିଆ ସଦର ମହକୁମା ସ୍ଥିତ ପୋଷ୍ଟ ଅଫିସ ଛକ ଠାରୁ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟକାରୀ କମିଟିର ସଭ୍ୟ ବସନ୍ତ କୁମାର ସେଠୀଙ୍କ ନେତୃତ୍ବରେ ପଦଯାତ୍ରାରେ ଆଶାକର୍ମୀ ମାନେ ଯୋଗ ଦେଇ ୮ ଦଫା  ସମ୍ବଳିତ ଦାବୀକୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସମ୍ପାଦିକା କୁନି ମାନସିଂହ ପରିଚାଳନା କରିଥିବା ବେଳେ ସଦସ୍ୟ ରେବତୀ ସ୍ଵାଇଁ, ସରସ୍ଵତୀ ଦେବୀ, ଜ୍ୟୋତ୍ସ୍ନା ପାଇକରାୟ, ଅମ୍ବିକା ସାହୁ ଓ ନଳିନୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *