ଆଜିର ମୁଖ୍ୟ ଖବର

୧-ପୁରୀରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ, ଶୃଙ୍ଖଳିତ ଯାତ୍ରା, ଦର୍ଶନ ବ୍ୟବସ୍ଥା ସହ ଶରଧାବାଲି ଅଘଟଣକୁ ନେଇ ବୈଠକରେ ହେଲା ଆଲୋଚନା।

୨-ଭୁବନେଶ୍ୱର:ତେଜୁଛି BMC ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣା, ସମୂହ ଛୁଟିରେ ଓଏଏସ୍ ଅଧିକାରୀ।

୩-ପୁରୀ:ଭକ୍ତମୟ ଗୁଣ୍ଡିଚା ମନ୍ଦିର, ନନ୍ଦିଘୋଷ ଚକ ଭାଙ୍ଗିଲେ ମହାଲକ୍ଷ୍ମୀ,ଆଜି ରଥର ହେବ ଦକ୍ଷିଣ ମୋଡ଼।

୪-ଜୁଲାଇରେ ବଙ୍ଗୋପସାଗରରେ ଆସିବ ଆଉ ଏକ ଲଘୁଚାପ : ବଢ଼ିବ ନଦୀର ଜଳସ୍ତର, ମହାନଦୀରେ ଆସିପାରେ ବନ୍ୟା।

୫-ଭୁବନେଶ୍ୱର:ଆଜି ଉତ୍ତରରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ପଶ୍ଚିମରେ ଢାଳିଲା।

୬-ଆସନ୍ତା ୧୪ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

୭-୧୧ରେ ଆସିବେ ରାହୁଲ୍ ଓ ଖଡଗେ, ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ।

୮-ଭୁବନେଶ୍ୱର:ଶୈକ୍ଷିକ ସହଯୋଗ ନେଇ ଆମେରିକା ଓ ବୁଲଗେରିଆ ବିଶ୍ଵବିଦ୍ୟାଳୟ ସହ କିଟ୍ ର ବୁଝାମଣା।

୯-ଭୁବନେଶ୍ୱର:ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ଦୁର୍ନୀତି ପାଇଁ ହେଲେ ନିଲମ୍ବିତ।

୧୦-ଗଞ୍ଜାମ,ସାତୁଳି ଗ୍ରାମ:ବିଲରେ ଫୁଟିଥିବା ଛତୁ ଖାଇ ପରିବାରର ୮ ଜଣ ଅସୁସ୍ଥ।

୧୧-କଟକ:ମା’କଟକ ଚଣ୍ଡୀଙ୍କ ମନ୍ଦିର ଜଳାର୍ଣ୍ଣବ, ଅଘଟଣ ଆଶଙ୍କା, ବଢୁଛି ଅସନ୍ତୋଷ।

୧୨-ତିନି ପ୍ରମୁଖ ଘରୋଇ ବ୍ୟାଙ୍କ ପ୍ରତିନିଧିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଜନକଲ୍ୟାଣ ଯୋଜନାରେ ଅଧିକ ୠଣ ଦେବାକୁ ପରାମର୍ଶ

୧୩-କଂଗ୍ରେସ କ୍ଷମତାକୁ ଆସିଲେ ବ୍ୟାନ ହେବ RSS, ଘୋଷଣା କଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ।

୧୪-ଗିରଫ ହେଲେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ; ଚଢାଉ ବେଳେ ସମ୍ପତି ଦେଖି ଭିଜିଲାନ୍ସର ଆଖି ଜଳକା।

୧୫-୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ,ସେଗୁଡ଼ିକୁ ବ୍ଲକ କରିବା ପାଇଁ  ପ୍ରକ୍ରିୟା ଆରମ୍ଭ।

୧୬-ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ବିଜେପିରୁ ୫ ନିଲମ୍ବିତ।

୧୭-ଜାମଶୋଳା ନିକଟରେ ବିଷାକ୍ତ ଗ୍ୟାସ୍ ଲିକ୍, ଅଞ୍ଚଳରେ ୧୬୩ ଧାରା ଲଗାଇଲା ପ୍ରଶାସନ।

୧୮-ଭୋପାଳ:ଏକତରଫା ପ୍ରେମର କରୁଣ ପରିଣତି, ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଗଳାକାଟି ହତ୍ୟା।

୧୯-ତାମିଲନାଡ଼ରେ ଅଘଟଣ; ବାଣ କାରଖାନାରେ ବିସ୍ଫୋରଣ ଘଟି ଚାଲିଗଲା ୬ ଜଣଙ୍କ ଜୀବନ, ଏକାଧିକ ଆହତ।

୨୦-ତେଲେଙ୍ଗାନା:ଫାର୍ମା ଫାକ୍ଟ୍ରିରେ ବିସ୍ଫୋରଣ ଘଟଣା,ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି, ମୃତକଙ୍କୁ ମିଳିବ ୧ କୋଟି।

୨୧-ଏଜବାଷ୍ଟନ: ଆଜି ଠାରୁ ଭାରତ -ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ, ଅପରାହ୍ନ ୩ଟା୩୦ରେ ସୋନି ଟେନ୍୧ ରେ ହେବ ପ୍ରସାରିତ।

୨୨-ଦିଲ୍ଲୀ:୧୫ ବର୍ଷରୁ ଅଧିକ ପେଟ୍ରୋଲ ଯାନବାହାନ ଏବଂ ୧୦ ବର୍ଷରୁ ଅଧିକ ଡିଜେଲ ଗାଡିକୁ ତେଲ ଟାଙ୍କିରେ ଦିଆଯାଉନି ତେଲ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *