*ଖବର ଆଜିର*
ତାରିଖ:୦୭/୦୭/୨୫, ସୋମବାର
୧-ପୁରୀ-ଦୁର୍ଲ୍ଲଭ ସୁନାବେଶରେ ମହାପ୍ରଭୁ,୮ କିମି ଚାଲି ଚାଲି ଦର୍ଶନ କଲେ ଶ୍ରଦ୍ଧାଳୁ ,୧୫ଲକ୍ଷ ଭକ୍ତଙ୍କ ହେଲା ସମାଗମ,ଆଜି ଅଧର ପଣା।
୨-ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ, ଆଜି ଭୀଷଣ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
୩-ଭୁବନେଶ୍ୱର:+୨ ନାମଲେଖା, ଆଜି ୧୧ଟା ୪୫ମିରେ ଆସିବ ପ୍ରଥମ ମେଧା ତାଲିକା।
୪-ଭୁବନେଶ୍ୱର:ଯୁକ୍ତ ୩ ପାଠ ପ୍ରତି ପିଲାଙ୍କ ଅନାଗ୍ରହ, ରାଜ୍ୟରେ ଲକ୍ଷାଧିକ ସିଟ୍ ଫାଙ୍କା ପଡ଼ିବା ଆଶଙ୍କା।
୫-ଭୁବନେଶ୍ୱର:OUTRରେ ଏବର୍ଷ ପଢ଼ା ହେବ ବି ଟେକ୍ ଇନ୍ ଏରୋସ୍ପେସ୍ ଇଂଞ୍ଜିନିୟରିଂ ଏବଂ M Tech in ସେମି କଣ୍ଡକ୍ଟର ଟେକ୍ନୋଲୋଜି।
୬-ଭୁବନେଶ୍ୱର, ଇସ୍କନ:ରଥରେ ଶ୍ରୀଜିଉ,ଆଣ୍ଠୁଏ ପାଣିରେ ଭକ୍ତ,ନଗର ରାସ୍ତାରେ ଲହଡ଼ି ମାରିଲା ବର୍ଷା ପାଣି।
୭-କିଏ ହେବେ ରାଜ୍ୟ ବିଜେପି ସଭାପତି ?ଆଜି ନାମାଙ୍କନ,୮ରେ ମତଦାନ।
୮-ବିଏମସିରୁ ବ୍ୟାସନଗର, ମାଡ଼ ତତ୍ତ୍ଵକୁ ନେଇ ରାଜନୀତି ହୁଲସ୍ତୁଲ; ଜୟନାରାୟଣ – ଅନନ୍ତ ମୁହାଁମୁହିଁ।
୯-ଟିକିରି: ବିଷାକ୍ତ ଜଙ୍ଗଲି ଛତୁ ଖାଇ ୩ ପରିବାରର ୧୧ ଅସୁସ୍ଥ।
୧୦-କଟକ:ସେପ୍ଟେମ୍ବର ମାସରେ ବାରବାଟୀରେ ଖେଳାଯିବ ଓଡ଼ିଶା ପ୍ରୋ ଟି୨୦ ଲିଗ୍।
୧୧-କଟକ:ମଧ୍ୟପ୍ରଦେଶର ୩ ବିଧାୟକଙ୍କୁ ବାଉଳା କରିଦେଲା ଗୁଗୁଲ ମ୍ଯାପ୍, ବାଲିକୁଦା ଟ୍ରାଫିକ ଛକ ପୁଲିସ ସହାୟତାରେ ଗଲେ ପୁରୀ।
୧୨-ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।
୧୩-ସୋନପୁର, କଂସାରୀପଡ଼ା ବାହୁଡ଼ାଯାତ୍ରା:ରଥ ଚକାରେ ଚାପି ହୋଇ ୬ ଆହତ, ଜଣଙ୍କ ଅବସ୍ଥା ଗୁରୁତର।
୧୪-ସୁନ୍ଦରଗଡ,କାକରପାଣି ଗାଁ:ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା, କୋଇଡ଼ା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି।
୧୫-ବିଡମ୍ବନା:ଦେଶରେ ମାଗଣା ଖାଦ୍ଯ ଉପରେ ନିର୍ଭରଶୀଳ ୮୧ କୋଟି ଜନତା।
୧୬-ନୀତିନ ଗଡ଼କରୀଙ୍କ ଚେତାବନୀ: କେଉଁ ମୁହୂର୍ତ୍ତରେ ବି ହୋଇପାରେ ବିଶ୍ୱ ଯୁଦ୍ଧ-୩।
୧୭-ଏଜବାଷ୍ଟନ ଟେଷ୍ଟରେ ଇତିହାସ ରଚିଲା ଭାରତ, ଇଂଲଣ୍ଡକୁ ହରାଇ ବିଦେଶ ମାଟିରେ ହାସଲ କଲା ବୃହତ ବିଜୟ।
୧୮-ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଛାରଖାର୍ ହିମାଚଳ । ଏବେ ସୁଦ୍ଧା ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ,୧୦୦ରୁ ଅଧିକ ଲୋକ ଆହତ।
୧୯-ସରକାରୀ ବାସଭବନ ଛାଡୁନାହାନ୍ତି ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼, ସରକାରଙ୍କୁ ଚିଠି ଲେଖିଲା ସୁପ୍ରିମକୋର୍ଟ ପ୍ରଶାସନ।
୨୦-ବ୍ରାଜିଲରେ ସପ୍ତଦଶ ବ୍ରିକ୍ ସମ୍ମୀଳନୀ,ବିଶ୍ବ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନକୁ ମୋଦୀଙ୍କ ଗୁରୁତ୍ଵ।
୨୧-ଆମେରିକା,ଟେକ୍ସାସ:ବନ୍ୟାଜଳରେ ଭାସିଗଲେ ୨୭ ଶିଶୁ, ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି।
୨୨-ଆମେରିକା ରାଜନୀତିରେ ହଇଚଇ :ଏଲନ ମସ୍କ ଗଢ଼ିଲେ ନୂଆ ରାଜନୈତିକ ଦଳ ‘ଆମେରିକା ପାର୍ଟି’।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
