ରାଜ୍ ଯୁବ ପ୍ରତିଷ୍ଠାନ ର ନୂତନ କାର୍ଯ୍ୟକର୍ତ୍ତା ଘୋଷଣା ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ରାଜସୁନାଖଳା :- (ଶୁଭ ଖବର )ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାଣକେନ୍ଦ୍ର ରାଜସୁନାଖଳା ଗ୍ରା:ପର କୋଟଗଡ଼ ସ୍ଥିତ ‘ଅନନ୍ତ ଉଦାସୀନ ଆଶ୍ରମ ପୀଠ ଠାରେ ରାଜ୍ ଯୁବ ପ୍ରତିଷ୍ଠାନର ଏକ ଅତ୍ୟନ୍ତ ଜରୁରୀ କାର୍ଯ୍ୟକାରିଣୀ ବୈଠକ ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ସଂଗଠନର ଆବାହକ ତଥା ସାମାଜିକ କର୍ମୀ ଶାନ୍ତନୁ କୁମାର ସାହୁଙ୍କ ସଭାପତିତ୍ବରେ, ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

Advertisement

ଏହି ସଂଗଠନର ଲକ୍ଷ୍ୟ ହେଉଛି ସାମାଜିକ ଉନ୍ନତି ପାଇଁ କାର୍ଯ୍ୟ କରିବା ଏବଂ ସମାଜରେ ଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା। ସଂଗଠନର ମୂଳ ଲକ୍ଷ୍ୟ:- ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ କରିବା, ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବା, ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଦ୍ୟମ କରିବା ଓ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିବା l ତତ ସହିତ ସଂଗଠନର କାର୍ଯ୍ୟକ୍ରମ:- ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ପିଲାମାନଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯିବ, କ୍ରୀଡାର ସମୃଦ୍ଧି, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ,ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝାଯିବ ଓ ମାନବିକ ଅଧିକାର ପାଇଁ ଲଢେଇ କରିବା l ସଂଗଠନର ସଦସ୍ୟତା:-  ଏହି ସଂଗଠନରେ ସମସ୍ତ ବର୍ଗର ଲୋକ ଯୋଗଦେଇ ପାରିବେ। ଯେଉଁମାନେ ସମାଜସେବା କରିବାକୁ ଇଚ୍ଛୁକ, ସେମାନେ ଉକ୍ତ ସଂଗଠନରେ ଯୋଗ ଦେଇପାରିବେ l

ଆଗାମୀ ଦିନରେ ରାଜସୁନାଖଳା ଅଂଚଳରେ ପୁସ୍ତକ ମେଳା, ଲୋକଉତ୍ସବ ଓ ଉକ୍ତ ଅଂଚଳକୁ ବ୍ଲକ ଓ ଏନଏସି ସହ ରଣପୁରକୁ ସବଡ଼ିଭିଜନ ସହ ଅତିରିକ୍ତ ଜିଲ୍ଲା କୋର୍ଟ, ଚାନ୍ଦପୁର ହସ୍ପିଟାଲକୁ ମେଡିକାଲ କଲେଜ, ବୋଲଗଡକୁ ଏନଏସି ସହ କୋର୍ଟ ହେବା ପ୍ରତିଷ୍ଠାନର ପ୍ରମୁଖ ଦାବୀ ଅଟେ ଓ ଏହା ପ୍ରଥମେ ରଣପୁର ଓ ବୋଲଗଡ ବ୍ଲକ ଅଂଚଳରେ କାର୍ଯ୍ୟ କରିବା ସହ ଆଗାମୀ ଦିନରେ ସମଗ୍ର ଓଡିଶାରେ କାର୍ଯ୍ୟ କରିବ l ଉକ୍ତ କାର୍ଯ୍ୟକ୍ରମରେ ସଂଘର ନୂତନ ମୁଖ୍ୟ ଉପଦେଷ୍ଟା ଭାବରେ ମାନ୍ୟବର ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ଯୁବ ନେତା ପ୍ରଫୁଲ୍ଲ ନାୟକ, ତ୍ରିନାଥ ବିଶ୍ୱାଳ ଓ ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁ, ଧନେଶ୍ୱର ମଲ୍ଲିକ,ଦେବବ୍ରତ ହୋତା, ସଭାପତି ଭାବରେ ବଲ୍ଲଭ ପ୍ରଧାନ, ଉପସଭାପତି ଅଶୋକ ପ୍ରଧାନ, ନିରଞ୍ଜନ ସେଠୀ, ସମ୍ପାଦକ ରାଜୀବ ଲୋଚନ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ,ଯୁଗ୍ମ ସମ୍ପାଦକ ସନ୍ଦୀପ ମହାପାତ୍ର, ସହ ସମ୍ପାଦକ ସଞ୍ଜୟ କୁମାର ଦୋରା, ଗଣମାଧ୍ୟମର ସମ୍ପାଦକ ଭାବରେ ରାକେଶ କୁମାର ପାଢ଼ୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମାନସ ମହାରଣା, ରବୀନ୍ଦ୍ର ବେହେରା, କବୀନ୍ଦ୍ର ବେହରା, ବିନୋଦ କୁମାର ସାହୁ, ପଦ୍ମ ଚରଣ ସାହୁ, ସଞ୍ଜୟ କୁମାର ବାରିକ, ଅବଦୁଲ ଖଲିକ ଖାନ, ସୁଶାନ୍ତ କୁମାର ପ୍ରଧାନ, ବିପିନ ବିହାରୀ ମହାପାତ୍ର, ସନ୍ତୋଷ ମହାନ୍ତି,ସହଦେଵ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *