ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା
ଭୁବନେଶ୍ବର :-୨୭/୦୬-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଜୁନ୍ ୩୦ ତାରିଖ, ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ବରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜୁନ୍ ୨୭ ତାରିଖ ଠାରୁ ଆରମ୍ଭ ହୋଇ ୧୦୦୦ ଜଣ ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥ୍ ନିମନ୍ତେ, ଆଗ୍ରହୀ ଜନସାଧାରଣ (https://janasunani.odisha.gov.in/) ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ବୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଉପରୋକ୍ତ ସ୍ଥାନକୁ ଆସିବା ପାଇଁ ମୋବାଇଲ ଫୋନ୍ ଦ୍ବାରା ଉଦ୍ଦିଷ୍ଟ କ୍ୟୁଆର କୋଡକୁ ସ୍କାନ କରି ଗୁଗଲ ମ୍ୟାପ ସାହାଯ୍ୟରେ ଜନଶୁଣାଣି ସ୍ଥଳରେ ପହଞ୍ଚିବାର ସୁବିଧା ମଧ୍ୟ ବିଭିନ୍ନ ସଂବାଦପତ୍ରରେ ପ୍ରକାଶନ ବ୍ୟବସ୍ଥା କରାଯାଇଛି । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
