ଓଡ଼ିଶା ପୋଲିସ ନିଯୁକ୍ତିରେ SEBC ବର୍ଗକୁ ଅଣଦେଖା ଅଭିଯୋଗ


ଖୋର୍ଦ୍ଧା, ବରଗଡ଼ ଓ ବଲାଙ୍ଗୀରରେ ଶୂନ୍ୟ ପଦବୀକୁ ନେଇ ଉଠିଲା ପ୍ରଶ୍ନ, ଜବାବ ମାଗିଲେ ଆଶାୟୀ


ଖୋର୍ଦ୍ଧା: ଓଡ଼ିଶା ପୋଲିସ ନିଯୁକ୍ତିରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (SEBC) ପାଇଁ ପଦବୀ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟରେ SEBC/OBC ବର୍ଗର ଜନସଂଖ୍ୟା ପ୍ରାୟ ୬୦ ପ୍ରତିଶତ ବୋଲି ଦାବି କରାଯାଉଥିବା ବେଳେ, ପୋଲିସ ନିଯୁକ୍ତିରେ ଏହି ବର୍ଗ ପାଇଁ ଅନେକ ଜିଲ୍ଲାରେ କୌଣସି ପଦବୀ ନଥିବା ଅଭିଯୋଗ ହୋଇଛି। ବିଶେଷକରି ଖୋର୍ଦ୍ଧା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ SEBC ବର୍ଗ ପାଇଁ ଶୂନ୍ୟ ପଦବୀ ଥିବା ଦାବିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

Advertisement


ନିଯୁକ୍ତି ପ୍ରକ୍ରିୟାରେ ସମସ୍ତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିବା ଆବଶ୍ୟକ। ଏପରି ସ୍ଥିତିରେ ଜିଲ୍ଲାୱାରୀ ପଦବୀ ବଣ୍ଟନର ଆଧାର କ’ଣ, SEBC ବର୍ଗ ପାଇଁ ପଦବୀ ଶୂନ୍ୟ ରହିବାର କାରଣ କ’ଣ ଏବଂ ସଂରକ୍ଷଣ ନୀତି କିପରି ଲାଗୁ କରାଯାଇଛି, ତାହା ସ୍ପଷ୍ଟ କରିବାକୁ ଦାବି ହେଉଛି।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ସମ୍ପୃକ୍ତ ନିଯୁକ୍ତି ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦେବା ସହ ଜିଲ୍ଲାୱାରୀ ପଦବୀ ଓ ସଂରକ୍ଷଣ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବାକୁ ଚାକିରି ଆଶାୟୀମାନେ ଦାବି କରିଛନ୍ତି। SEBC ବର୍ଗର ଯୋଗ୍ୟ ଯୁବକଯୁବତୀଙ୍କ ସ୍ୱାର୍ଥ ଓ ନିଯୁକ୍ତିରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରଶ୍ନର ଉତ୍ତର ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପା

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *