ଶ୍ରୀ ଏଜୁକେଶନ ଏକାଡେମୀର ୧୫ତମ ବାର୍ଷିକ ଉତ୍ସବ

ଛାତ୍ର ଛାତ୍ରୀ ମାନେ ନୈତିକତାକୁ ଗୁରୁତ୍ଵ ଦିଅନ୍ତୁ : ମୁଖ୍ୟ ଅତିଥି

ମ,ରାମପୁର:୨୭/୧:- ( ମନୋଜ କୁମାର ପତି) କଳାହାଣ୍ଡି ଜିଲ୍ଲା ମ,ରାମପୁର ତୁଜୁଙ୍ଗ ଠାରେ ଥିବା ଶ୍ରୀ ଏଜୁକେଶନ ଏକାଡେମୀର ୧୫ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଶ୍ରୀ ଏଜୁକେଶନର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନେ ନୈତିକତାକୁ ଗୁରୁତ୍ଵ ଦିଅନ୍ତୁ ବୋଲି କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବାଗ୍ମୀ, ନାଟ୍ୟକାର  ଡଃ ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନୀତ ଅତିଥି ମ,ରାମପୁର ବିଡିଓ ଶରତ କୁମାର ସେଠୀ, ପରିଚାଳନା କମିଟିର ସଭାପତି ସପନ କୁମାର ପଟ୍ଟନାୟକ, ସଂଯୋଜିକା ସସ୍ମିତା ପତି ମଞ୍ଚାଷିନ ରହି ନିଜ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମତ ପ୍ରକାଶ କରିଥିଲେ ।

Advertisement

ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶୀତୁବାଳା ପ୍ରଧାନ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପକ ଭବାନୀ ଶଙ୍କର ଦୁର୍ଗା  ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏହା ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଶ୍ରୀ ଏଜୁକେଶନ୍ ଏକାଡେମୀର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *