ପୋଡ଼ାଡିହ ରେ ନବୀନ ଙ୍କ ଆରୋଗ୍ୟ ପାଇଁ ଦୀପ ପ୍ରଜ୍ବଳନ କଲେ ଗ୍ରାମବାସୀ

ଖୋର୍ଦ୍ଧା :- (ଶୁଭ ଖବର )ଆଧୁନିକ ଓଡ଼ିଶା ର ନିର୍ମାତା ସାଢେ଼ ଚାରିକୋଟି ଜନ ମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗତ ୨୦ ତାରିଖରେ ମୁମ୍ୱାଇ ର କୋକିଳା ବେନ୍ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି । ସେହି ଦିନ ସେ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ସାରା ଓଡ଼ିଶା ତଥା ବେଗୁନିଆ ବୋଲଗଡ ବାସୀ ଙ୍କ  ଭଲ ପାଇବା ପାଇଁ ପ୍ରିୟ ନବୀନ ଙ୍କ ସର୍ଜରୀ ସଫଳତାର ସହ ସମ୍ପନ୍ନ ହୋଇଛି ବୋଲି ସୂଚନା ଦେଇଛନ୍ତି ନବୀନ ଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରାମର୍ଶଦାତା ଡଃ ରମାକାନ୍ତ ପଣ୍ଡା। ସାରା ଓଡ଼ିଶା ସହ ଏମିତି କି ଅନ୍ୟ ରାଜ୍ୟର ଧାର୍ମିକ ପୀଠରେ ନବୀନ ଦୃତ ଆରୋଗ୍ୟ କାମନା ପାଇଁଙ୍କ ପାଇଁ ଚାଲିଛି ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳନ ।

Advertisement
ନବୀନ ଙ୍କ ଦୃତ ଆରୋଗ୍ୟ କାମନା କରି ଦୀପ ଜାଳିଲେ ଗ୍ରାମବାସୀ

ଏମିତିକି ଗାଁ ଗାଁ ଓ ପଞ୍ଚାୟତ ସ୍ତରରେ ନବୀନ ଙ୍କୁ ଭଲ ପାଉଥିବା ଶୁଭେଚ୍ଛୁ ମାନେ ପୂଜାର୍ଚ୍ଚନା ସହ ଦୀପ ଜାଳି ନବୀନ ଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସେହି କ୍ରମରେ ବେଗୁନିଆ ବ୍ଲକ୍ ର ପୋଡ଼ାଡିହ ପ୍ରଭୁ ତ୍ରିନାଥ ଦେବ ଙ୍କ ମନ୍ଦିର ପରିସରରେ ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ମାଣିକ ଙ୍କ ସଂଯୋଜନାରେ ନବୀନ ପ୍ରେମୀ ମାନେ ଏକାଠି ହୋଇ ତାଙ୍କର ପ୍ରିୟ ନେତା , ଅସହାୟ ର ସହାୟ, ନବୀନ ଙ୍କ ଆଶୁ ଆରୋଗ୍ୟ ଉଦ୍ଦେଶ୍ୟରେ ପ୍ରଭୁ ଙ୍କ ନିକଟରେ ଦୀପ ଜାଳି ଆଶିଷ ଭିକ୍ଷା କରିଛନ୍ତି କି ଖୁବ ଶୀଘ୍ର ନବୀନ ମୁମ୍ବାଇ ରୁ ଫେରି ନିଜକୁ ଓଡ଼ିଶା ବାସୀଙ୍କ ସେବାରେ ନିୟୋଜିତ କରନ୍ତୁ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *