ପଂଚାୟତ ରୁ ପଂଚାୟତ ମାଡୁଛି ମନରେଗା ଦୁର୍ନିତୀ ର ଚେର …

ଶ୍ରମିକ ବଦଳରେ ମେସିନ କରୁଛି କାମ 
ଆରମ୍ଭରୁ ବୋର୍ଡ ଲାଗିଲା, ପରେ କାଢିନେଲେ
ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ- ବିଡିଓ

Advertisement

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଏବେ ସବୁଠି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟ ମେସିନରେ ଚାଲିଛି । ଶ୍ରମିକ କାର୍ଯ୍ୟ କରିବାର କେବଳ ମିଛ ବାହାନା କରାଯାଉଛି । ଜିଲ୍ଲାରେ ମନରେଗା ଯୋଜନାରେ ଏଭଳି ମାଳ ମାଳ ଅଭିଯୋଗ ପ୍ରାୟ ସବୁ ବ୍ଲକର ବିଡିଓ ମାନଙ୍କ ନିକଟକୁ ଆସୁଛି । ଖୋର୍ଦ୍ଧା ବ୍ଲକରେ ଏଭଳି ମଧ୍ୟ ଅଭିଯୋଗ ଗୋଟିଏ ପରେ ଗୋଟିଏ ହେଉଛି । ମନରେଗା ଦୁର୍ନିତୀ ର ଚେର ଖୋର୍ଦ୍ଧା ବ୍ଲକ କହିଲେ ଅତୁ୍ୟକ୍ତି ହେବନାହିଁ । ଗୋଟିଏ ପରେ ଗୋଟିଏ ପଂଚାୟତକୁ ଏ ଦୁର୍ନିତିର ଚେର ମାଡିବସିଛି । ନିକଟରେ ନାଲିପଡା ଅର୍ଜୁନପୁର ପଂଚାୟତରେ ଶ୍ରମିକ ବଦଳରେ ମେସିନ କାବ କରୁଥିବା ସମ୍ପର୍କିତ ଖବର ପାଇଥିଲା । ଏନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ମାତ୍ର ଅଭିଯୋଗ ଉପରେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି । ଫଳରେ ଠିକାଦାର ମନମାନି କରିଚାଲିଛି ।ଏବେ ପୁଣି ସେହି ସମାନ ଘଟଣା ଦେଖିବାକୁ ମିଳିଛି ପୁବୁସାହି ପଂଚାୟତ ରେ ।

                  କାର୍ଯ୍ୟ ଆରମ୍ଭରୁ ଲାଗିଥିବା ସୂଚନା ଫଳକ


  ସୂଚନା ଅନୁସାରେ, ଖୋର୍ଦ୍ଧା ଅନ୍ତର୍ଗତ ପୁବୁସାହି ପଂଚାୟତରେ ଶ୍ରମିକଙ୍କ ଦ୍ୱାରା ମନରେଗା କାର୍ଯ୍ୟ କରାଯାଉ ନଥିବା ବେଳେ ଏଠାରେ ମେସିନ ଲଗାଇ ବେଧଡକ ଭାବେ ଦିନବେଳେ କାମ ଚାଲିଛି । ପୁବୁସାହି ପଂଚାୟତ ର ଚାନ୍ଦପୁର ରେ ଗୋକୁଳସାଗର ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଏନେଇ ପ୍ରାୟ ୯ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ସୂଚନା ମିଳିଛି । ଅମୃତ ସରୋବର ଯୋଜନାରେ ଏଇ ପୋଖରୀର ଉନ୍ନତୀକରଣ ପାଇଁ ୨୦୨୫-୨୬ ରେ ଅର୍ଥ ମଞ୍ଜୁର କରାଯାଇଛି । କାର୍ଯ୍ୟ ର କୋଡ ନଂ-୨୪୨୩୦୧୦୦୨୦/ଡବ୍ଲୁଲଏଚ୍/୧୦୯୭୭୦୫୦ ରହିଛି ।ମାତ୍ର ଉକ୍ତ ମଞ୍ଜୁର ଅର୍ଥରେ ଶ୍ରମିକମାନେ କାମ କରୁନଥିବା ଅଭିଯୋଗ ହେଉଛି । ଏଠାରେ ମେସିନ କାର୍ଯ୍ୟ ଚାଲୁଥିବା ନେଇ ଫଟୋ ଉଠାଇ ସ୍ଥାନୀୟ ଲୋକ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରିଛନ୍ତି । କାର୍ଯ୍ୟ ଆରମ୍ଭ ରୁ ଏଠାରେ ବୋର୍ଡ ଲଗାଯାଇ କାର୍ଯ୍ୟ ର ବୀବରଣୀ ସମ୍ପର୍କରେ ଲେଖାଯାଇଥିଲା । ମାତ୍ର କାର୍ଯ୍ୟ ଅଧାବେଳକୁ ଉକ୍ତ ବୋର୍ଡ ହଳଦିଆ ରଙ୍ଗ ମାରି ଲିଭାଯାଇଛି । ଏହାକୁ କୌଶଳ କରି ପୁଣି ଏକ ବୋର୍ଡ ମାରି ସରକାରୀ ଅର୍ଥ ହରିଲୁଟ କରିବାକୁ ମସୁଧା ଚାଲିଥିବା କୁହାଯାଉଛି ।

                      ପରେ ଲିଭାଯାଇଥିବା ସୂଚନା ଫଳକ


  ପ୍ରକାଶ ଥାଉକି, ୨୦୦୮ରେ ପ୍ରତି ପରିବାର କୁ କାମ ଯୋଗାଇବା ଲକ୍ଷ ରେ ମନେରଗା ଯୋଜନା କେନ୍ଦ୍ର ସରାକାର କାର୍ଯ୍ୟକାରୀ କଲେ । ପ୍ରତି ଗରିବ ପରିବାର କୁ ବର୍ଷକୁ ଶହେ ଦିନ ର କାମ ନିଜ ଗାଁ ଓ ପଂଚାୟତ ରେ ଯୋଗାଇଦେବାକୁ ଥିଲା ଲକ୍ଷ୍ୟ । ମାତ୍ର ଖୋର୍ଦ୍ଧା ବ୍ଲକ୍ ରେ ସରକାରଙ୍କ ଏହି ନିଦେ୍ର୍ଦଶକୁ ମାନୁନଥିବା ଦେଖିବାକୁ ମିଳୁଛି । ସରକାରୀ ନିୟମ ଖୋଳପା ଭିତ ରେ ରହି ବଡବାବୁ ମାନେ ପ୍ରକୃତ ଶ୍ରମିକ କୁ କାମ ନ ଦେଇ ନିଜ କୁ ସୁହାଇଲା ଭଳି କାଗଜପତ୍ର ରେ ଶ୍ରମିକ ସୃଷ୍ଟି କରି ଏଭଳି ବେଆଇନ୍ କାର୍ଯ୍ୟ କରୁଛନ୍ତି । ପଂଚାୟତ ଓ ବ୍ଲକସ୍ତରର ଅଧିକାରୀ ସ୍ଥାନୀୟ ଠିକାଦାରଙ୍କୁ ଧରି କିଛି ଠକ ଶ୍ରମିକଙ୍କ ନାଁ ରେ ଜବ୍କାର୍ଡ କରି ମେସିନ ସାହାର୍ଯ୍ୟ ରେ କାମ କରୁଛନ୍ତି । ଯାହା ଦ୍ୱାରା ପ୍ରକୃତ ଶ୍ରମିକମାନଙ୍କ ଅର୍ଥ ଆତ୍ମସାତ ହେଉଛି । ଫଳରେ ସାଧାରଣ ଗରିବ ପରିବାର କାମ ନ ପାଇ ବାଧ୍ୟ ହୋଇ ବାହାରକୁ ଦାଦନ ଖଟିବାକୁ ଯାଉଥିବା ନଜିର ରହିଛି ।


  କିଛିଦିନ ତଳେ ନାଲିପଡା ଅର୍ଜୁନପୁର ପଂଚାୟତରେ ମନରେଗା ଯୋଜନା ରେ ଦେଉଳ ପୋଖରୀ, ନରେନ୍ଦ୍ର ପୋଖରୀ ଓ ନୂଆ ପୋଖରୀ କାର୍ଯ୍ୟ ଆସିଥିଲା । ମାତ୍ର ଏହାକୁ ଶ୍ରମିକ ବଦଳେ ମେସିନ କାର୍ଯ୍ୟ କରୁଥିବା ଖବର ପ୍ରକାଶ ପରେ ବିଡିଓ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ସେହିପରି ମଲ୍ଲିପୁର, ଟାଙ୍ଗିଆପଡା ଏବଂ ଗୋଳବାଇ ପଂଚାୟତ ରେ ମଧ୍ୟ ସେହି ସମାନ ତରିକାରେ ମନେରଗା କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି ।


  ଅନ୍ୟପକ୍ଷରେ ଏନେଇ ବିଡିଓ କ୍ଷୀରାବ୍ଧି ତନୟା ସାହୁଙ୍କ କହିବା କଥା ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ର ତଦନ୍ତ ନିଜେ ଘଟଣାସ୍ଥଳ କୁ ଯାଇ କରିବି । କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବନି । ସମସ୍ତଙ୍କୁ ମନରେଗା କାର୍ଯ୍ୟରେ ମେସିନ ନଲଗାଇବାକୁ କଡା ତାଗିଦ୍ କରାଯାଇଛି ।ଏହାବାଦ୍ ଯେଉଁମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *