ନୟାଗଡ :- ନୟାଗଡ ଜିଲ୍ଲାର ଇଟାମାଟି ସ୍ଥିତ ବଇଁଶିଧର ଡିଗ୍ରୀ ମହାବିଦ୍ୟାଳୟ ରେ ଦିକ୍ଷ।ରମ୍ଭ ସ।ମ୍ବତ୍ସରିକ ଉତ୍ସଵ ମହାସମାରୋହ ରେ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟ ର ଅଧ୍ୟକ୍ଷା ରୀନାରାଣୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସଵ ରେ ଅର୍ଥନୀତି ବିଭାଗ ର ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଇଂରାଜୀ ବିଭାଗ ର ବରିଷ୍ଠ ଅଧ୍ୟାପକ ପ୍ରଭାସ ରଂଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜଳ କାମନା, ମହାବିଦ୍ୟାଳୟ ର ଲକ୍ଷ,ଆଦର୍ଶ ମହନୀୟତା ଓ ଶୃଙ୍ଖଳା ଜ୍ଞାନର ବିକାଶ ଦିଗରେ ନୂତନ ଦିଗଦର୍ଶନ ଦେଇଥିଲେ ।
ଅଧ୍ୟକ୍ଷା ଶ୍ରୀମତୀ ସାହୁ ବକ୍ତବ୍ୟ ମାଧ୍ୟମ ରେ ଉପମନ୍ୟୁ ଓ ଆରୁଣି ଙ୍କର ମହନୀୟତା ତଥା ଡିଜିଟାଲ ଇଣ୍ଡିଆ ଯୁଗରେ ଛାତ୍ର ଛାତ୍ରୀ ମାନେ ସ୍ମାର୍ଟନେସ ହୋଇ ଆଦର୍ଶ ଦେଶ ଗଠନ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ ।

ଶିକ୍ଷା ବିଭାଗ ର ଅଧ୍ୟାପକ ସୁରେଶ କୁମାର ମଣ୍ଡୋଇ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମନସ୍ତତ୍ତ୍ୱ ବିଭାଗ ର ବରିଷ୍ଠ ଅଧ୍ୟାପକ ଭଗବାନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ର ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହୋଯୋଗ କରିଥିଲେ ।

ପରିଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଅନୁଷ୍ଠାନ ର ହିତ ଦୃଷ୍ଟିରୁ ଓ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମସ୍ତ ଷ୍ଟାଫ ଓ ଛାତ୍ର ଛାତ୍ରୀମାନଙ୍କୁ ଏକ ଶପଥ ପାଠ କରାଇ ସମସ୍ତଙ୍କର ଶୁଭ କାମନା କରି କାର୍ଯ୍ୟକ୍ରମ ସଫଳତା ପାଇଁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
